ସମସ୍ୟାରେ ଡୁଙ୍ଗୁରିପାଲି-ରାମପୁର-ସୋନପୁର ରାସ୍ତା

0

ସୁବର୍ଣ୍ଣପୁର,ଡୁଙ୍ଗୁରିପାଲି-ରାମପୁର-ବିନି କା-ସୋନପୁର ରାସ୍ତା କାମ ପୂର୍ବ ବିଭାଗ ପକ୍ଷରୁ କରାଯାଉଛି । ରାସ୍ତା ପାଇଁ ବ୍ୟୟ ଅଟକଳ ୧୭୮.୮୫କୋଟି ଟଙ୍କା ରହିଛି । ନିର୍ମାଣ କାର୍ୟ୍ୟ ଚାଲିଥିଲେ ହେଁ ବିଭିନ୍ନ ସ୍ଥାନରେ ନିର୍ମାଣଧୀନ ଡ୍ରେନ ଗୁଡ଼ିକ ଭାଙ୍ଗି ଯାଉଛି । କାମ ଶୀଘ୍ର ସାରିବା ପାଇଁ ରାତିରେ ଟର୍ଚ୍ଚ ଲାଇଟ୍ରେ କାମ କରାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ଡ୍ରେନ ଗୁଡ଼ିକ ପାଣି ଭିତରେ ରହିଯାଉଛି । ଡ୍ରେନ ପାଣି ଭିତରେ ରହିଲେ ପାଣି କିପରି ନିଷ୍କାସନ ହେବ ? ଆହୁରି ମଧ୍ୟ ଡୁଙ୍ଗୁରିପାଲିଠାରୁ ୯କିମି ଦୂର କୁଢାରିକଟା ଛକ ନିକଟରେ ଏକ ପୋଲ କାମ ଚାଲିଛି । ରାସ୍ତା ଅନୁସାରେ ପୋଲ ନହୋଇ ପୋଲକୁ ବଙ୍କେଇ କରି ନିର୍ମାଣ କରାଯାଇଛି । ଯଦ୍ୱାରା ରାମପୁରପଟରୁ କୌଣସି ବାଇକ୍ ବା ୪ ଚକିଆ ଯାନରେ ଆସିଲେ ପୋଲର ଦୈର୍ଘ୍ୟ ଠିକ ଭାବରେ ଜଣାପଡୁନାହିଁ । ତେଣୁ ଦୁର୍ଘଟଣା ସୁନିଶ୍ଚିତ ବୋଲି ମନେ ହେଉଛି । ଏସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ବିଜୟ ସୋରେନକୁ ପଚାରିବାରୁ ଉକ୍ତ ପୋଲକୁ ରାସ୍ତା ଅନୁସାରେ ସିଧା କରି ପୁଣି ଥରେ ନିର୍ମାଣ କରାଯିବ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।