ଜୋରଦାର ବିକ୍ରି ହେଉଛି ‘ଡଙ୍କି’ ଫିଲ୍ମ ଟିକେଟ

0

ବଲିଉଡ କିଙ୍ଗ ଖାନ ଶାହାରୁଖ ଏହି ବର୍ଷର ତୃତୀୟ ଫିଲ୍ମ ଆସୁଛି । ତେବେ ‘ପଠାନ’ ଏବଂ ‘ଯୱାନ’ର ସଫଳତା ପରେ ‘ଡଙ୍କି’ ଏବେ ସିନେମା ହଲକୁ ଆସିବାକୁ ଯାଉଛି । ଏହି ଫିଲ୍ମ ପାଇଁ କ୍ରେଜ ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ଏହି ପରିସ୍ଥିତିରେ ‘ଡଙ୍କି’ର ଆଡଭାନ୍ସ ବୁକିଂ ଶନିବାର ଠାରୁ ଆରମ୍ଭ ହୋଇଛି ଏବଂ ଫିଲ୍ମର ପ୍ରଥମ ଦିନ ପାଇଁ ବହୁତ ଶୀଘ୍ର ଟିକେଟ ବିକ୍ରି ହେଉଛି । ତାହେଲେ ଆସନ୍ତୁ ଜାଣିବା ଯେ ଆସନ୍ତା କାଲି ରିଲିଜ୍‌ ହେବାକୁ ଥିବା ଫିଲ୍ମ ‘ଡଙ୍କି’ର ଏପର୍ଯ୍ୟନ୍ତ କେତେ ବୁକିଂ ହୋଇଛି ।

ଫିଲ୍ମ ‘ଡଙ୍କି’ର ନିର୍ଦ୍ଦେଶନା ଦେଇଛନ୍ତି ରାଜକୁମାର ହିରାନୀ । ସେ ଏହା ପୂର୍ବରୁ ଫିଲ୍ମ ‘୩ ଇଡିଅଟ୍ସ’, ‘ପି କେ’ ଏବଂ ‘ସଞ୍ଜୁ’ ଭଳି ସୁପର-ଡୁପର ହିଟ୍ ଫିଲ୍ମ କରିଛନ୍ତି । ଏବେ ସେ କିଙ୍ଗ ଖାନଙ୍କ ସହ ‘ଡଙ୍କି’ ସହିତ ଆସିବାକୁ ଯାଉଛନ୍ତି । ସମସ୍ତେ ଆଶା କରନ୍ତି ଯେ ଏହି ଯୋଡି ବକ୍ସ ଅଫିସରେ ଅନେକ ରେକର୍ଡ ସୃଷ୍ଟି କରିପାରିବ । ତାହେଲେ ଯଦି ଆମେ ଫିଲ୍ମ ‘ଡଙ୍କି’ର ଆଡଭାନ୍ସ ବୁକିଂ ବିଷୟରେ କଥା ହେବା, ତେବେ ସୂଚନା ମୁତାବକ,ଫିଲ୍ମଟି ଏପର୍ଯ୍ୟନ୍ତ ବହୁତ ଭଲ ରୋଜଗାର କରିଛି । ଫିଲ୍ମ ‘ଡଙ୍କି’ର ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ୩ ଲକ୍ଷ ୬୪ ହଜାର ୪୮୭ ଟିକେଟ୍ ବୁକ୍ ହୋଇଛି । ଏହା ସହିତ ‘ଡଙ୍କି’ ରିଲିଜ୍ ପୂର୍ବରୁ ମଧ୍ୟ ୧୦.୩୯ କୋଟି ଟଙ୍କା ରୋଜଗାର କରି ସାରିଛି ।

ଫିଲ୍ମ ‘ଡଙ୍କି’ର ଆଡଭାନ୍ସ ବୁକିଂ ଆକଳନ ସୂଚାଇ ଦେଉଛି ଯେ ଫିଲ୍ମ ଶାହାରୁଖ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ରିଲିଜ ହେବାର ପ୍ରଥମ ଦିନରେ ୩୫ କୋଟିରୁ ଅଧିକ ଟଙ୍କା ରୋଜଗାର କରିପାରିବ । ତେବେ ଏହି ଫିଲ୍ମ ଆଗକୁ ଯାଇ ଆହୁରି ଭଲ ଇନ୍‌କମ୍‌ କରିପାରେ । ଏହା ସହ ଫିଲ୍ମ ରିଲିଜ୍ ପାଇଁ କେବଳ ଗୋଟିଏ ଦିନ ବାକି ଅଛି । ଡିସେମ୍ବର ୨୧ ରେ ‘ଡଙ୍କି’ ଦର୍ଶକଙ୍କୁ ଆକର୍ଷିତ କରିବାରେ କେତେ ସକ୍ଷମ ତାହା ଫିଲ୍ମ ଆସିଲେ ସ୍ପଷ୍ଟ ହୋଇଯିବ ।