କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକରେ ବେଆଇନ ମହୁଲି ଜବତ । ବିଭିନ୍ନ ବେଆଇନ ମହୁଲି ମଦ ପ୍ରସ୍ତୁତି ତଥା ବିକ୍ରି ସ୍ଥାନ ଗୁଡିକ ରେ ଘଟଗାଁ ଅବକାରୀ ବିଭାଗ,ପାଟଣା ଅବକାରୀ ବିଭାଗ ଚଢ଼ାଉ କରିଥିଲା । ଏହି ଚଢ଼ାଉରେ ୧୨୩୦ ପୋଚ ୧୨୦ଲିଟର ମହୁଲି ମଦ ,ଏକ ହିରୋ ବାଇକ୍ ଜବଦ କରିବା ସହ ୨ଜଣକୁ ଗିରଫ କରିଛି । ଗିରଫ ଦୁଇଜଣ ହେଉଛନ୍ତି କାଳିଆଦୁମା ଗ୍ରାମ ର ରବି ବେହେରା,ମାଛଗଡ଼ ଗ୍ରାମ ର ନିତ୍ୟାନନ୍ଦ ମଣ୍ଡଳ । ଗିରଫ ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ପାଟଣା ଅବକାରୀ ବିଭାଗ ଅଧିକାରୀ ଜନାର୍ଦ୍ଦନ ପଳେଇ ସୂଚନା ଦେଇଛନ୍ତି।