ଦୁର୍ଗା ମା’ଙ୍କ ମାଟି ଅନୁକୂଳ କାର୍ଯ୍ୟ

0

(ଦିଲ୍ଲିପ୍ ସାହୁ ): ଆଗକୁ ଆସୁଛି ଓଡ଼ିଶାର ଗଣପର୍ବ ଦଶହରା । ଏ ନେଇ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଚାଲିଥିବା ବେଳେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ରାହାମା ଦୁର୍ଗା ପୂଜା ମଣ୍ଡପ ଠାରେ ମଧ୍ୟ ଚାଲିଛି ଯୋରଦାର ପ୍ରସ୍ତୁତି । ତେବେ ପବିତ୍ର ମୂଳା ଅଷ୍ଟମୀରେ ମାଆଙ୍କର ମାଟି ଅନୁକୂଳ କାର୍ୟ୍ୟ ବୈଦିକ ରୀତିନୀତି ଅନୁସାରେ ପୂଜା ଅର୍ଚ୍ଚନା କରାଯାଇଛି । ପରେ ସଙ୍କୀର୍ତ୍ତନ ବାଜା ବାଣ ରୋଷଣୀ କରାଯାଇ ମାଆଙ୍କର ଘଟକୁ ଦୁର୍ଗା ପୂଜା କମିଟିର ପୁଜକ ଓ କର୍ମକର୍ତ୍ତା ମାନେ ସ୍ଥାନୀୟ ମହାନଦୀ ପଠାକୁ ନେଇଯାଇଥିଲେ । ସେଠି ଘଟ ପ୍ରତିଷ୍ଠା କରିବା ପରେ ବୈଧିକ ରିତି ନିତି ଅନୁସାରେ ପୂଜା କାର୍ୟ୍ୟ ହୋମ ଆଳତି କରାଯିବା ସହ ମା’ଙ୍କ ଲାଗି ମାଟି ଅନୁକୂଳ କାର୍ୟ୍ୟ ଆରମ୍ଭ ହୋଇଥିଲା।