(ଆଦର୍ଶ ରାଉତ) :ଆଗକୁ ଆସୁଛି ଶାରଦୀୟ ଦୁର୍ଗାପୁଜା , ସାରା ଓଡିଶାରେ ଯାକଜମକରେ ପାଳିତ ହେବ ପୂଜା । ଓଡିଶାର ରାଜଧାନୀ ଭୁବନେଶ୍ୱର ବି ବିଭିନ୍ନ ମେଢ ଆଉ ଆଲୋକରେ ଝଲିସି ଉଠିବ । ଜନସମୁଦ୍ର ଭିତରେ ପୂଜା ପାଇବେ ଦୁର୍ଗତି ନାଶୀନି ମା’ ଦୁର୍ଗା । ଅସୁର ମାନଙ୍କ ସଂହାର ନିମନ୍ତେ ମା’ ଦୁର୍ଗା ବର୍ଷରେ ଗୋଟିଏଥର ପୃଥିବି ପୃଷ୍ଟକୁ ଅବତରଣ କରନ୍ତି । ତାଙ୍କର ଏହି ସୁନ୍ଦର ଲିଳା ଓ ରୁପକୁ ଦେଖିବା ପାଇଁ ଭୁବନେଶ୍ୱରରେ ବହୁ ଜନସମାଗମ ହୋଇଥାଏ, ଏହି ଜନସମାଗମରେ ବିଭିନ୍ନ ଅପରାଧ, ଚୋରି ମଧ୍ୟ ହୋଇଥାଏ ଏହାକୁ ରୋକିବା ପାଇଁ ପୁଜା ପୂର୍ବରୁ ଅପରାଧୀ ମାନଙ୍କୁ ଟାର୍ଗ୍ରେଟ କଲା ପୋଲିସ ।
ଏହି ବର୍ଷ କିଭଳି ସୁରୁଖୁରୁରେ ପୂଜା ହେଇପାରିବ, କିପରି ଅପରାଧକୁ ନିୟନ୍ତ୍ରଣ କରାଯାଇ ପାରିବ ସେଲାଗି ତତ୍ପରତା ପ୍ରକାଶ କରିଛି କମିଶନରେଟ ପୋଲିସ । ୫୦୦ଜଣ ବିଭିନ୍ନ ଅପରାଧରେ ଜଡିତ ଥିବା ଅପରାଧୀଙ୍କ ତାଲିକା ପ୍ରସ୍ତୁତି କରିବାସହ ଦୁଇ ସପ୍ତାହ ମଧ୍ୟରେ ୧୧୪ ଜଣ କୁ ୧୧୦ ଦଫା ଓ ଏନବିଡବ୍ଲୁ ରେ ୧୧୭ ଜଣ ଗିରଫ ହୋଇଛନ୍ତି ବୋଲି ସୂଚନାଦେଲେ ପୋଲିସ କମିସନର ସତ୍ୟଜିତ ମହାନ୍ତି ।