ଆଳୁ ସଙ୍କଟ ବେଳେ ଉତ୍ତର ପ୍ରଦେଶ ଓ ପଞ୍ଜାବ ରୁ ଓଡ଼ିଶା ଆସିଛି ସର୍ବାଧିକ ଆଳୁ;ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
ଓଡିଶା;ଆଳୁ ସଙ୍କଟ ବେଳେ ଉତ୍ତର ପ୍ରଦେଶ ଓ ପଞ୍ଜାବ ରୁ ଓଡ଼ିଶା ଆସିଛି ସର୍ବାଧିକ ଆଳୁ। ୨୦୨୪ରେ ଓଡ଼ିଶାରେ ଆଳୁ ସଙ୍କଟ ବେଳେ ଉତ୍ତର ପ୍ରଦେଶ ରୁ 600 କୁଇଣ୍ଟାଲ ଆଳୁ ଓଡ଼ିଶା ଆସିଛି।ଉତ୍ତରପ୍ରଦେଶ, ପଞ୍ଜାବ ଆଦି ସ୍ଥାନରୁ ଦୈନିକ ହାରାହାରି ୮୦୦୦ ରୁ ୧୦୦୦୦ କୁଇଣ୍ଟାଲ ଆଳୁ ଓଡିଶାକୁ ଅଣାଯାଇ ବିକ୍ରୀ କରାଯାଇଥିଲା । ଡିସେମ୍ବର ଓ ଜାନୁଆରୀ ୨୦ ଭିତରେ ୨୫୦ ଗୋଟି ବ୍ୟବସାୟିକ ପ୍ରତିଷ୍ଠାନ ଯାଞ୍ଚ କରାଯାଇଥିବା ସ୍ଥଳେ ୩୬ ଜଣ ଖିଲାପକାରି ବ୍ୟବସାୟୀଙ୍କ ଠାରୁ ୨୯୧୦୦ ଟଙ୍କା ଜୋରିମାନା ଆଦାୟ କରାଯିବା ସଙ୍ଗେସଙ୍ଗେ ୧୯ ଜଣ ବ୍ୟବସାୟୀଙ୍କ ବିରୁଦ୍ଧରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା ।
୨୦୨୪ ମସିହାରେ ଆଳୁ ଦର ଅହେତୁକ ବୃଦ୍ଧି ସମୟରେ ସରକାର ଦର ବୃଦ୍ଧି କୁ ରୋକିବା ପାଇଁ NAFED ମାଧ୍ୟମରେ ଦୁଇଟି ଦଫାରେ ୬୦୦ କୁଇଣ୍ଟାଲ ଆଳୁ ଉତ୍ତରପ୍ରଦେଶରୁ ଆମଦାନୀ କରି ରାଜ୍ୟର ପ୍ରମୁଖ ସହର ଯଥା ଭୁବନେଶ୍ବର, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର, ବାଲେଶ୍ବର, ଜୟପୁର ଓ ବଲାଙ୍ଗିର ଆଦି ସ୍ଥାନମାନଙ୍କରେ ଖାଉଟି ମାନଙ୍କୁ ୩୦ ଟଙ୍କାରେ ସୁଲଭ ମୂଲ୍ୟ ଦୋକାନ (FPS) ମାଧ୍ୟମରେ ଯୋଗାଇ ଦେଇଥିଲେ ।
ସେହିପରି ଡିସେମ୍ବର ଓ ଜାନୁଆରୀ ୨୦ ଭିତରେ ଆଳୁ ଦର ଉଚ୍ଚାରେ ବିକ୍ରୀ ଯୋଗୁଁ ବିଭାଗର କ୍ଷେତ୍ରକର୍ମଚାରୀମାନଙ୍କ ଦ୍ବାରା ରାଜ୍ୟରେ ପ୍ରାୟ ୨୫୦ ଗୋଟି ବ୍ୟବସାୟିକ ପ୍ରତିଷ୍ଠାନ ଯାଞ୍ଚ କରାଯାଇଥିବା ସ୍ଥଳେ ୩୬ ଜଣ ଖିଲାପକାରି ବ୍ୟବସାୟୀଙ୍କ ଠାରୁ ୨୯୧୦୦ ଟଙ୍କା ଜୋରିମାନା ଆଦାୟ କରାଯିବା ସଙ୍ଗେସଙ୍ଗେ ୧୯ ଜଣ ବ୍ୟବସାୟୀଙ୍କ ବିରୁଦ୍ଧରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା
ଉତ୍ତରପ୍ରଦେଶ, ପଞ୍ଜାବ ଆଦି ସ୍ଥାନରୁ ଦୈନିକ ହାରାହାରି ୮୦୦୦ ରୁ ୧୦୦୦୦ କୁଇଣ୍ଟାଲ ଆଳୁ ଓଡିଶାକୁ ଅଣାଯାଇ ବିକ୍ରୀ କରାଯାଇଥିଲା । ବିଧାନସଭାରେ ଉତ୍ତର ରଖିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।