ପାଟ୍ରୋଲିଂ ସମୟରେ ବନ ବିଭାଗ ବହୁ ମୂଲ୍ୟର ଶାଗୁଆନ କାଠ ଜବତ କରିଛି

0

ବ୍ୟୁରୋ: ମୋହନା ବନ ବିଭାଗକୁ ବଡ ସଫଳତା । ଗଜପତି ଜିଲ୍ଲା ଅଡବା ଥାନା ନଡ଼ମା ଜଙ୍ଗଲ ରାସ୍ତାରେ ମୋହନା ବନ ବିଭାଗ ପାଟ୍ରୋଲିଂ ସମୟରେ ହାତରେ ଲାଗିଲା ଶାଗୁଆନ କାଠ । ଏକ ୪୦୭ ଗାଡିରୁ ୧୧ ଖଣ୍ଡ ଶାଗୁଆନ କାଠ ଗଣ୍ଡି ଜବତ କରିଛି ବନ ବିଭାଗ । ବିଶେଷ ସୁତ୍ରରୁ ଖବର ପାଇ ମୋହନା ବନ ଅଧିକାରୀ ଚଢାଉ କରିଥିଲା । ଜବତ କାଠ ଗଣ୍ଡି ଗଜପତି ରୁ ଗଞ୍ଜାମ ଚାଲାଣ କରାଯାଉଥିବା ବେଳେ ଏହାର ମୂଲ୍ୟ ପାଖାପାଖି ୫୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ମାତ୍ର ଚଢାଉ ସମୟରେ ବନ ବିଭାଗ ମାଫିଆମାନଙ୍କୁ ଧରି ପାରି ନଥିଲା । ଫେରାର ହୋଇଯାଇଥିଲେ ମାଫିଆ । ତେବେ ଏହି ସବୁ କାଠର ମୂଲ୍ୟ ବହୁ ଅଧିକ ହୋଇଥିବାବେଳେ ଏହାର ଏହାର ଚାଲଣ ଉପରେ ପ୍ରତିବନ୍ଧକ ରହିଛି । ମାତ୍ର ଏସବୁକୁ ଖାତିର ନକରି ଏବେବି ଏସବୁର ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ଚାଲଣ ହେଉଛି ।