ବାପା ହେବାକୁ ଚାହାନ୍ତି ଦୌଡରାଣୀ ! ନିଜର ମନ କଥା ଖୋଲି କହିଲେ ଦୂତୀ ଚାନ୍ଦ
ମୋନାଲିସା ଇର୍ଷା କରିନ୍ତି ଯେତେବେଳ ମୁଁ ଅନ୍ୟ କୌଣସି ଝିଅ ସହ କଥା ହୁଏ ।
ବ୍ୟୁରୋ : ବାପା ହେବାକୁ ଚାହାନ୍ତି ଦୌଡରାଣୀ । ଗଣମାଧ୍ୟମ ଆଗରେ ନିଜର ମନ କଥା ଖୋଲିକି କହିଛନ୍ତି ଦୂତୀ ଚାନ୍ଦ । ସନ୍ତାନ ଜନ୍ମ କରିବାକୁ ଯେ, ଶାରୀରିକ ସମ୍ପର୍କର ଆବଶ୍ୟକତା ନାହିଁ ବୋଲି ଜଣାଇ ଦେଇଛନ୍ତି ଦୂତୀ । ତେବେ ପ୍ରଥମେ ନିଜ ପ୍ରେମିକାଙ୍କ ମଥାରେ ସିନ୍ଦୁର ଦେଉଥିବାର ଫଟୋ ଇଣ୍ଡିଆ ଟୁଡେ ମାଗାଜିନର କଭର ପେଜରେ ପ୍ରକାଶ ପାଇଥିଲା । ଏହି ଚିତ୍ରରେ ଦୁତି ତାଙ୍କ ପ୍ରେମିକ ମୋନାଲିସାଙ୍କ ମଥାରେ ସିନ୍ଦୁର ଦେଉଥିବା ଦେଖିବାକୁ ମିଳିଛି | ଏହି କଭର ପେଜରେ ଲେଖାଅଛି ଯେ, “SAME SEX, SAME RIGHTS”|
ଇଣ୍ଡିଆ ଟୁଡେ ମାଗାଜିନର କଭର ପେଜରେ ନିଜ ପ୍ରେମିକାଙ୍କ ସହ ଫଟୋ ବାହାରିବା ପରେ ଗଣମଧ୍ୟମକୁ ଏପରି କିଛି କହିଛନ୍ତି ଦୌଡରାଣୀ ଦୂତୀ ଚାନ୍ଦ । ତେବେ ବାପା ହେବାକୁ ଚାହାନ୍ତି ଦୂତୀ ଚାନ୍ଦ । ସେ ଆଇଭିଏଫ ପଦ୍ଧତିରେ ହେଉ ପଛେ । ଦରକାର ପଡିଲେ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ସେ ଇଚ୍ଛା ରଖିଛନ୍ତି । ସେ ଅହୁରି ମଧ୍ୟ କହିଛନ୍ତି ଯେ, ସେହି ସନ୍ତାନ ମୋତେ ବାପା ଓ ମୋନାଲିସାଙ୍କୁ ମା ବୋଲି ଡାକିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋନାଲିସା ଇର୍ଷା କରିନ୍ତି ଯେତେବେଳ ମୁଁ ଅନ୍ୟ କୌଣସି ଝିଅ ସହ କଥା ହୁଏ । ତେବେ ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମ କୋର୍ଟରେ ଶୁଣାଣୀ ଚାଲିଛି । ଦୂତି କହିଛନ୍ତି , ପ୍ରେମ ସମ୍ପର୍କ କେବେ ଲୁଚି ରୁହେନି ଏଣୁ ମୁଁ ୨୦୧୯ ମସିହାରେ ଆମ ସମ୍ପର୍କକୁ ନେଇ ମୁହଁ କୋଲିଥିଲି । କିନ୍ତୁ ଲୋକ ମାନେ ସମାଲୋଚନା କରିବାକୁ ଲାଗିଲେ ଓ ଆମକୁ ଖରାପ ନଜରରେ ଦେଖୁଛନ୍ତି ବୋଲି କହିଛନ୍ତି ଦୂତୀ ।
ତେବେ କହିରଖୁ ଯେ, ଭାରତରେ ସମଲିଙ୍ଗୀ ସମ୍ପର୍କକୁ ନେଇ କୋର୍ଟରେ ଚାଲିଛି ମାମଲା । କିନ୍ତୁ ଏବେ ବି ଦେଶରେ ସମଲିଙ୍ଗୀ ସମ୍ପର୍କ ରଖୁଥିବା ଲୋକେ ଏବେବି ସମାଲୋଚନାର ଶିକାର ହେଉଛନ୍ତି । କିଛି ଲୋକ ଏହାକୁ ସମର୍ଥନ କରୁଥିବାବେଳେ କିଛି ଲୋକେ ସମାଲୋଚନା କରୁଛନ୍ତି । ଏହାକୁ ଖାତିର ନ କରି ସମଲିଙ୍ଗୀ ମାନେ ମଧ୍ୟ ନିଜ ସମ୍ପର୍କକୁ ବାହାରେ ଏବେ ସ୍ୱୀକାର କରିବା ଆରମ୍ଭ କଲେଣି ।
ଏହି ପରିପ୍ରେକ୍ଷୀରେ ଦୌଡ଼ରାଣୀ ଦୂତୀ ଚାନ୍ଦ ମଧ୍ୟ ସମାଲୋଚନାର ଶିକାର ହୁଅନ୍ତି | ସେ ନିଜ ଖେଳ ପାଇଁ ପ୍ରଂଶସା ସାଉଁଟିଛନ୍ତି ଏବଂ ଓଡିଶାବାସୀଙ୍କ ଭଲପାଇବା ବି ପାଇଛନ୍ତି | ହେଲେ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବିବାଦ ଘେରକୁ ଆସିଛନ୍ତି । ଆଉ ଏହାରି ଭିତରେ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଏହାର ମାଗାଜିନର କଭର ଷ୍ଟୋରୀରେ ତାଙ୍କ ପ୍ରେମ ସମ୍ପର୍କକୁ ସ୍ଥାନ ଦେଇଛି, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି |