ଭୁବନେଶ୍ୱର: ସାମ୍ନାକୁ ଆସିଲା ଦୂତିଙ୍କୁ କ୍ୟାନସର ହେବା କଥା । ତାଙ୍କ କହିବା ଅନୁସାରେ ୨୦୧୧ରେ କ୍ୟାନସର ହୋଇଥିଲା । ଦୂତିଙ୍କ ଜଘଂ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହି ଯନ୍ତ୍ରଣା ଟେକିଓ ଅଲିମ୍ପିକ୍ସ ପୂର୍ବରୁ ଜାତୀୟ ଅନ୍ତଃରାଜ୍ୟ ପ୍ରତିଯୋଗିତାରେ ତାଙ୍କୁ ହୋଇଥିଲା । ଯନ୍ତ୍ରଣାର ସହ ଅଲମ୍ପିକ ଯାଇଥିବାରୁ ତାଙ୍କ ପସର୍ଶନ ଭଳ ହୋଇନଥିଲା । ଟୋକିଓରୁ ଆସିବା ପରେ ଯନ୍ତ୍ରଣା ବଢିଯାଇଥିଲା । ଅଲଟ୍ରାସାଉଣ୍ଡରୁ କିଛି ଜଣାନପଡ଼ିବା ପରେ ଏମଆରଆଇରେ କର୍କଟ ଆକ୍ରାନ୍ତ ହୋଇଥିବା ଧରାପଡ଼ିଥିଲା ବୋଲି କହିଛନ୍ତି ଦୂତି ଚାନ୍ଦ । ଷ୍ଟେଜ ୱାନ୍ କ୍ୟାନସରରେ ପୀଡିତ ଥିଲେ ଆଥଲେଟ୍ ଦୂତୀ ଚାନ୍ଦ । ପ୍ରାରମ୍ଭିକ ଅବସ୍ଥାରେ ଚାଲିଥିଲା ଚିକିତ୍ସା । କ୍ୟାନସର ହୋଇଥିବା ଯୋଗୁଁ ଅଲଟ୍ରାସାଉଣ୍ଡ ଓ ଏମଆରଆଇ କରିଥିଲେ ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିଥିଲେ । ଚିକିତ୍ସା ସମୟରେ ଖେଳ ଛାଡ଼ିଦେବାକୁ ପରାମର୍ଶ ଦେଇଥିଲେ ଡାକ୍ତର ।
ଏ ସବୁ ବାସନ୍ଦ ନେଇ ଦୂତୀ କହିଛନ୍ତି, ମୁଁ ବହତ ଦୁଃଖିତ । ଅଲିମ୍ପିକ୍ସରୁ ଫେରିବା ପରେ ଅଧିକ ଯନ୍ତ୍ରଣା ହୋଇଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇବା ପରେ ଉପଶମ ମିଳିଛି । ଡାକ୍ତରଙ୍କ ପରାମର୍ଶରେ ୧୦ ଦିନ ଔଷଧ ଖାଇଛି । ଏବେ ବି ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି କି ନାହିଁ ତାହା ଜାଣିନାହିଁ । ୨୫ ପୃଷ୍ଠାର ନୋଟିସ ମୋ ପାଖକୁ ଆସିଛି । ଏନେଇ ଆଗାମୀ ୨୧ ଦିନ ମଧ୍ୟରେ ଅପିଲ କରିବୁ । ୪ ବର୍ଷର ବ୍ୟାନ୍ ଲଗାଇବା ମୋ ପ୍ରତି ଅନ୍ୟାୟ । ମୋ ଉପରୁ ବ୍ୟାନ୍ ହଟାଇବାକୁ ଅପିଲ କରିବି । ଏବେ ମୁଁ ମାନସିକ ଭାବେ ଅସୁସ୍ଥ ଅଛି । ରାଜ୍ୟ ଓ କେନ୍ଦ୍ର ସରକାର ଚାହିଁଲେ ମୋତେ ନ୍ୟାୟ ମିଳିବ । ମୋତେ ନ୍ୟାୟ ମିଳିଲେ ମୁଁ ଟ୍ରାକକୁ ଫେରିବି ବୋଲି କହିଛନ୍ତି ଦୂତୀ ଚାନ୍ଦ ।