ସବୁ ବର୍ଷ ଭଳି ଚଳିତ ବର୍ଷ ମାର୍ଚ୍ଚ ଶେଷ ଶନିବାର ପାଳନ ହେବ ଆର୍ଥ ଆଓ୍ବାର। ଯେଉଁଥିରେ ଘଣ୍ଟାଏ ପାଇଁ ଅନ୍ଧାର ହେବ ସାରା ବିଶ୍ୱ । ବିଶ୍ୱବାସୀ ରାତି ୮ଟା ୩୦ରୁ ୯ଟା ୩୦ ପର୍ୟ୍ୟନ୍ତ ୧ ଘଣ୍ଟା ବିଦ୍ୟୁତ୍ ଆଲୁଅ ବନ୍ଦ କରି ଏହି ଆର୍ଥ ଆୱାର ପାଳନ କରିବେ। ଏବର୍ଷର ବିଷୟବସ୍ତୁ ରହିଛି ‘ୟୁନାଇଟେଡ୍ ଫର୍ ଆଓ୍ବାର ଓ୍ବାନ୍ ଶେୟାରଡ୍ ହୋମ୍’। ୨୦୦୮ରୁ ଏଯାଏ ଏହି ଦିବସକୁ ସାରା ବିଶ୍ୱର ୧୯୦ଟି ଦେଶରେ ପାଳନ କରାଯାଉଛି। ଏହି ଦିନ ଆଲୋକ ସହ ସମସ୍ତ ଅନାବଶ୍ୟକ ବିଦ୍ୟୁତ୍ ଉପକରଣକୁ ବନ୍ଦ ରଖିବା ଦ୍ୱାରା ଯେତିକି ପରିମାଣର ବିଦ୍ୟୁତ୍ ସଞ୍ଚୟ ହେବ, ତାହା ସମଗ୍ର ବିଶ୍ୱର ଭବିଷ୍ୟତ ଆଲୋକିତ କରିବା ଦିଗରେ ସହାୟକ ହେବ ବୋଲି ବାର୍ତ୍ତା ରହିଛି। ପରିବେଶ ସୁରକ୍ଷା ସହ ଶକ୍ତି ଅପଚୟ ରୋକିବା ପାଇଁ ପ୍ରଥମେ ୨୦୦୭ରେ ଓ୍ବାଲର୍ଡ ଓ୍ବାଇଲ୍ଡଲାଇଫ୍ ଫଣ୍ଡ (ଡବ୍ଲ୍ୟୁଡବ୍ଲ୍ୟୁଏଫ୍) ପକ୍ଷରୁ ଏହା ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ବିଶ୍ୱର ୧୯୦ରୁ ଅଧିକ ଦେଶ ଏହି ‘ସୁଇଚ୍ ଅଫ୍’ ଇଭେଣ୍ଟରେ ଭାଗ ନେଉଛନ୍ତି।