ନୂଆଦିଲ୍ଲୀ: ଆଜି ହେଉଛି ଆର୍ଥ ଆଓ୍ୱାର । ୧ ଘଣ୍ଟା ପାଇଁ ପୂରା ବିଶ୍ବ ହୋଇଯିବ ଅନ୍ଧକାରାଚ୍ଛନ୍ନ। ଗତକିଛି ବର୍ଷ ଧରି ଶକ୍ତି ସଂଚୟ କରିବା ଲକ୍ଷ୍ୟରେ ଆର୍ଥ ଆୱାର ପାଳ କରାଯାଇଅ।।ସୁଛିି । ପୂରା ଏକ ଘଣ୍ଟା ଧରି ବିଶ୍ୱବ୍ୟାପୀ ଇଲେକ୍ଟ୍ରିସିଟି ବ୍ୟବହାରକୁ ବନ୍ଦ କରାଯାଇଥାଏ । ସୋସିଆଲ ମିଡିଆରେ ଲୋକଙ୍କୁ ସଚେତନ କରାଯାଏ । ଆଜି ମଧ୍ୟ ଆର୍ଥ ଆୱାର ସମୟରେ ଅଧିକରୁ ଅଧିକ ଲୋକ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି । ଆଜି ରାତି ୮.୩୦ ରୁ ୯.୩୦ ପର୍ୟ୍ୟନ୍ତ ଘରର ଲାଇଟ ସହ ଇଲୋକଟ୍ରୋନିକ୍ସ ଉପକରଣ ବନ୍ଦ କରିବାକୁ ଆହ୍ୱାନ ଦିଆଯାଇଛି ।
ଆର୍ଥ ଆଓ୍ୱାର ପାଳନ କରିବାର ଉଦ୍ଦେଶ୍ୟ ପରିବେଶ ପ୍ରଦୂଷଣ ଓ ଶକ୍ତି ସଂଚୟ ନେଇ ଲୋକଙ୍କୁ ଜାଗୃତ କରିବା । ଏଥର ସାରା ଦେଶରେ କରୋନା ମହାମାରୀର ପ୍ରକୋପ ଥିବାରୁ ବେଶି ସଂଖ୍ୟାରେ ପାଳନ କରିବାର ଆବଶ୍ୟକତା ରହିଛି। ୨୦୦୭ରେ ଅଷ୍ଟ୍ରେଲିଆର ସିଡନୀରେ ପ୍ରଥମ ଥର ପାଇଁ ଆର୍ଥ ଆଓ୍ୱାରର ଆୟୋଜନ କରାଯାଇଥିଲା । ପରେ ୨୦୦୮ରେ ୩୫ ଦେଶ ଆର୍ଥ ଆଓ୍ୱାରରେ ସାମିଲ୍ ହୋଇଥିଲେ । ତେବେ ଚଳିତ ପାଖାପାଖି ୧୭୮ ଦେଶ ଏକାଠି ହେବେ ବୋଲି ଆଶା କରାଯାଇଛି । ଜଳବାୟୁ ପରିବର୍ତ୍ତନ ଏବଂ ଗ୍ଲୋବାଲ୍ ଓ୍ୱାର୍ମିଂ ଭଳି ସମସ୍ୟାରୁ ମୁକ୍ତି ମିଳିବାରେ ଏହା ସହାୟକ ହେବ ।