ୱେଲିଂଟନ: ବାତ୍ୟାର ଭୟଙ୍କର ତାଣ୍ଡବରେ ନ୍ୟୁଜିଲାଣ୍ଡରେ ଅନୂଭୁତ ହେଲା ଭୂମିକମ୍ପ । ରାଜଧାନୀ ୱେଲିଂଟନ ନିକଟସ୍ଥ ଲୋୟେର ହଟ୍ରୁ ୭୮ କିମି ଦୂର ଉତ୍ତର-ପଶ୍ଚିମ ଦିଗରେ ଭୂମିକମ୍ପ ହୋଇଛି । ଏହି ଭୂମିକମ୍ପର ତିବ୍ରତାକୁ ରିକ୍ଟର ସ୍କେଲରେ ୬.୧ ରେକର୍ଡ଼ କରାଯାଇଛି । ତେବେ ୪୮ କିମି ଗଭୀରରୁ ଏହି ଭୂମିକମ୍ପର ଝଟ୍କା ଅନୁଭତ ହୋଇଥିବା ନ୍ୟୁଜିଲାଣ୍ଡ ସରକାରୀ ଭୂବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଏହା ପାରାପାରଉମୁ ଠାରୁ ୫୦ କିମି ଦୂରରେ ଏଙାର କେନ୍ଦ୍ର ସ୍ଥଳ ରହିଥିଲା । ଏହି ଭୂକମ୍ପରେ କାହା କିଚି କ୍ଷତି ଘଟିଛି କି ନାହିଁ ତାହା ଜଣାପଡିନାହିଁ । ନ୍ୟୁଜିଲାଣ୍ଡ ବର୍ତ୍ତମାନ ସାମୁଦ୍ରିକ ଝଡ଼ ଗେବ୍ରିୟଲ ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏହି ଝଡ଼ରେ ଦେଶରେ ବନ୍ୟା ପରିସ୍ଥିତି ଦେଖା ଦେଇଥିବା ବେଳେ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି । ବାତ୍ୟା ଯୋଗୁ ୧୬ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସାମୁଦ୍ରିକ ଝଡ଼ ଗାବ୍ରିଏଲାକୁ ରବିବାର ନ୍ୟୁଜିଲାଣ୍ଡ ସ୍ଥଳଭାଗ ଛୁଇଁଥିଲା । ବାତ୍ୟା ତାଣ୍ଡବରେ ନ୍ୟୁଜିଲାଣ୍ଡର ଅନେକ ଅଞ୍ଚଳରେ ସଡ଼କ, ବିଦ୍ୟୁତ୍ ଆଦି ସେବା ବାଧାପ୍ରାପ୍ତ ହୋଇଛି ।