ବିହାରରେ ଭୂକମ୍ପ ,ରିକ୍ଟର ସ୍କେଲରେ ୪.୩ ତୀବ୍ରତା ଅକଳନ

0

ପାଟନା: ପୁଣି ଥରେ ଭାରତରେ ଅନୁଭୁତ ହୋଲା ଭୂକମ୍ପର ଝଟକା । ଭୂମିକମ୍ପରେ ଥରିଲା ବିହାର । ଆଜି ଭୋର ୫ଟା ୩୫ରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି । ପୂର୍ଣ୍ଣିଆ, ଅରରିଆ, ଭାଗଲପୁର ସମେତ ଅନେକ ଜିଲ୍ଲା ଭୁକମ୍ପରେ ଥରିଛି । ଭୂକମ୍ପର ଗଭୀରତା ୧୦ କିଲୋମିଟର ଥିବା ବେଳେ ରିକ୍ଟର ସ୍କେଲରେ ତୀବ୍ରତା ୪.୩ ରହିଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ରହିଥିବା ବେଳେ ଭୂକମ୍ପ ଭୟରେ ଲୋକ ଘରୁ ବାହାରି ଆସିଥିଲେ ।
ଅରରିଆର ରାଣୀଗଞ୍ଜ ଭୂକମ୍ପ କେନ୍ଦ୍ରସ୍ଥଳ ରହିଛି । ରବିବାର ଓ ସୋମବାର ବିଳମ୍ବିତ ରାତି ୨ଟାରେ ଆଣ୍ଡାମାନ ନିକୋବର ସମୂହରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ୨୪ ଘଣ୍ଟା ମଧ୍ୟରେ ଏହା ତୃତୀୟ ଝଟକା ଥିଲା । ସେପଟେ ପଶ୍ଚିମ ନେପାଳରେ ବି ଝଟକା ଅନୁଭୂତ ହୋଇଛି ।