ଆଫଗାନିସ୍ତାନରେ ୫.୯ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ

0

ଭାରତର ପଡ଼ୋଶୀ ଦେଶ ଆଫଗାନିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ । ବୁଧବାର ଭୋରରୁ ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି, ହିନ୍ଦୁକୁଶ ଅଞ୍ଚଳରେ ଭୁପୃଷ୍ଠରୁ ୭୫ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ସୃଷ୍ଟି ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ରହିଛି । ପ୍ରବଳ ଭୂକମ୍ପ ପରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ । ଭୂମିକମ୍ପ ଯୋଗୁଁ ଜୀବନ କିମ୍ବା ସମ୍ପତ୍ତି ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ନାହିଁ ।

ଗତ ମାସରେ ମଧ୍ୟ ମାର୍ଚ୍ଚ ୨୯ ତାରିଖରେ ଆଫଗାନିସ୍ତାନରେ ଭୂକମ୍ପ ଅନୁମୂତ ହୋଇଥିଲା । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍ଲେଲରେ ୪.୭ ରେକର୍ଡ କରାଯାଇଥିଲା । ଏହି ଭୂକମ୍ପର କେନ୍ଦ୍ରସ୍ଥଳ କାବୁଲ ନିକଟରେ ଥିଲା । ଆଫଗାନିସ୍ତାନ ବ୍ୟତୀତ ପାକିସ୍ତାନରେ ଅନେକ ଅଞ୍ଚଳରେ ମଧ୍ୟ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା ।

ସୂଚନା ଅନୁଯାୟୀ , ଆଫଗାନିସ୍ତାନ ଋତୁକାଳୀନ ବନ୍ୟା, ଭୂସ୍ଖଳନ ଏବଂ ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ। ଏଠାରେ ବାରମ୍ବାର ଭୂମିକମ୍ପ ହେବା ଦ୍ୱାରା ଦୁର୍ବଳ ସମ୍ପ୍ରଦାୟର କ୍ଷତି ହୁଏ। ବିପର୍ଯ୍ୟୟ ସମୟରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଜଣାଶୁଣା ଏକ ଅନ୍ତର୍ଜାତୀୟ ସଂଗଠନ ରେଡକ୍ରସ ଅନୁଯାୟୀ, ପୂର୍ବରୁ ଆଫଗାନିସ୍ତାନରେ ଅନେକ ଥର ଶକ୍ତିଶାଳୀ ଭୂମିକମ୍ପ ହୋଇଛି।