ନୂଆଦିଲ୍ଲୀ : ହିମାଚଳ ପ୍ରଦେଶରେ ମଣ୍ଡିରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୩.୪ ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଜୟଦେବୀ ନିକଟରେ ୫ କିଲୋମିଟର ଗଭୀରତାର ଥିବା କୁହାଯାଉଛି । ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଚାଲିଆସିଥିଲେ । ବର୍ତ୍ତମାନ କୌଣସି କ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ ।
ସୂଚନାଯୋଗ୍ୟ, ଆଜି ମିଆଁମାର ଏବଂ ତାଜିକିସ୍ତାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ତାଜିକିସ୍ତାନରେ ୬.୧ ତୀବ୍ରତାର ଭୂକମ୍ପ ଏବଂ ମିଆଁମାରରେ ୫.୯ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ଜନିତ କ୍ଷୟକ୍ଷତି କିଛି ଆକଳନ କରାଯାଇନାହିଁ ।