ନୂଆଦିଲ୍ଲୀ: ଉତ୍ତରକାଶୀ ଓ ଆଖପାଖ ଅଞ୍ଚଳରେ ଦୁଇଥର ଭୂକମ୍ପ ଝଟକା ଅନୁଭୂତ । ଭୟରେ ଲୋକେ ଘରୁ ବାହାରକୁ ବାହାରି ଆସିଥିଲେ । ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ତହସିଲରୁ କ୍ଷୟକ୍ଷତି ନେଇ ସୂଚନା ସଂଗ୍ରହ କରାଯାଉଛି ।
କୁହାଯାଉଛି ଯେ, ପ୍ରଥମେ ସକାଳ ପ୍ରାୟ ୭ଟା ୪୨ରେ ଭୂମିକମ୍ପ ହୋଇଥିଲା । ଭୂକମ୍ପ ଯୋଗୁଁ ବରୁଣାବତ ପର୍ବତର ଭୂସ୍ଖଳନ ଜୋନରୁ ପଥର ଖସିଥିବା ଜଣାପଡିଛି । ଏହାପରେ ସକାଳ ୮ଟା ୧୯ ରେ ପୁନର୍ବାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରେକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୫ ରେକର୍ଡ କରାଯାଇଛି ।