ଦୁଇ ଘଣ୍ଟାରେ ନଅ ଥର ଭୂମିକମ୍ପ ଅନୁଭୂତ

0

(ରିପୋର୍ଟସ ଟୁଡ଼େ)ଆଣ୍ଡାମାନ : ଆଜି ସକାଳୁ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପ ଅନୁଭୂତ ହୋଇଛି। ପ୍ରାୟ ଦୁଇ ଘଣ୍ଟା ଭିତରେ ନଅ ଥର ମଧ୍ୟମ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ନେସନାଲ ସେଣ୍ଟର ଫର ସିସମୋଲୋଜି ଅନୁସାରେ, ରିକ୍ଟର୍ ସ୍କେଲରେ ଏହି ଭୂମିକମ୍ପଗୁଡ଼ିକର ତୀବ୍ରତା ଥିଲା ୪. ୭ ରୁ ୫. ୨। ଭୋର୍ ୫ଟା ୧୫ ମିନିଟ୍ ସମୟରେ ୪. ୯ ତୀବ୍ରତାସମ୍ପନ୍ନ ଭୂମିକମ୍ପ ପ୍ରଥମ ଝଟକା ଦେବାର କିଛି ମିନିଟ୍ ପରେ ୫ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ଝଟକା ଦେଇଥିଲା। ଶେଷ ଭୂମିକମ୍ପ ୬ଟା ୫୪ରେ ଅନୁଭୂତ ହୋଇଥିଲା ଯାହାର ତୀବ୍ରତା ଥିଲା ୫. ୨ ରହିଥିଲା ।