ତୁର୍କୀ ଏବଂ ଜାପାନରେ ଭୂମିକମ୍ପ ଅନୁଭୁତ

0

ନୂଆଦିଲ୍ଲୀ: ତୁର୍କୀ ଏବଂ ଜାପାନରେ ଭୂମିକମ୍ପ ଅନୁଭୁତ ହୋଇଛି । ଏନେଇ ୟୁରୋପୀୟ ଭୂମଧ୍ୟସାଗରୀୟ ସେସମୋଲୋଜି କେନ୍ଦ୍ର ପକ୍ଷରୁ କୁହାଯାଇଛି । ପୂର୍ବ ତୁର୍କୀରେ ଅନୁଭୂତ ହୋଇଥିବା ଭୂମିକମ୍ପ ରିକ୍ଟେର ସ୍କେଲରେ ୫.୨ ତ୍ରୀର୍ବତା ରହିଥିବା ବେଳେ ଜାପନରେ ହୋଇଥିବା ଭୂମିକମ୍ପ ରିକ୍ଟେର ସ୍କେଲରେ ୬.୦ ତ୍ରୀର୍ବତା ରେକର୍ଡ କରାଯାଇଛି । ଏନେଇ ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓ ସାଇନ୍ସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ସୂଚନା ଅନୁଯାୟୀ ତୁର୍କୀରେ ଅନୁଭୂତ ହୋଇଥିବା ଭୂମିକମ୍ପରେ ଅନେକ ଅଟ୍ଟାଳିକା ନଷ୍ଟ ହୋଇଥିବା ବେଳେ ୨୩ ଜଳ ଆହତ ହୋଇଥିବାର ଜଣାପଡିଛି । ତେବେ ଜାପାନରେ କୌଣସି କ୍ଷୟ କ୍ଷତି ଜଣାପଡିନାହିଁ ।