ଭୁବନେଶ୍ୱର: ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା । ମାର୍କେଟରେ ରାକ୍ଷୀ ବ୍ୟବସାୟ ଏବେ ଜୋରଦାର ଚାଲିଛି । ଭାଇ ଭଉଣୀ ସମ୍ପର୍କ ଭଳି ଏକ ପବିତ୍ର ବନ୍ଧନର ପ୍ରତୀକ ହେଊଛି ରାକ୍ଷୀ । ତେବେ ଏହି ରାକ୍ଷୀ ପୂର୍ଣ୍ଣମୀକୁ ଆଉ ମାତ୍ର ଦୁଇ ଦିନ ଥିବା ବେଳେ ଏବେ ରାକ୍ଷୀ ବଜାର ଖୁବ ଚାଲିଛି । ବିଭିନ୍ନ ଡିଜାଇନର ରାକ୍ଷୀ ପ୍ରତି ମଧ୍ୟ ଗ୍ରାହକ ମାନଙ୍କର ଆକର୍ଷଣ ବଢୁଥିବା ଦେଖିବାକୁ ମିଳିଛି । ତେବେ ଏସବୁ ରାକ୍ଷୀ ମଧ୍ୟରେ ଭୁବନେଶ୍ୱର ପଟିଆ ଅଞ୍ଚଳରେ ରହୁଥିବା ପ୍ରିୟଦର୍ଶିନୀ ଦାଶ ଏବେ ଏହି ରାକ୍ଷୀକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଚଳିତ ବର୍ଷ ସେ ଏକ ଭିନ୍ନ ପ୍ରକାରର ରାକ୍ଷୀ ତିଆରି କରୁଛନ୍ତି । ବାଉଁଶ, ନିମ୍ବ କାଠ ବେତ କୋଳି ଏବଂ ଅନ୍ୟାନ୍ୟ ପ୍ରାକୃତିକ ଜିନିଷ ବ୍ୟବହାର କରି ତିଆରି ହେଉଛି ଇକୋ ଫେଣ୍ଡଲି ରାକ୍ଷୀ । ତେବେ ଏଥିରେ କୌଣସି ରାସାୟନିକ ପଦାର୍ଥର ବ୍ୟବହାର ହୋଇନଥିବା ବେଳେ ସମ୍ପୂର୍ଣ୍ର ଜୈବିକ ପଦାର୍ଥରେ ବିଭିନ୍ନ ପ୍ରକାରର ରାକ୍ଷୀ ତିଆରି କରାଯାଇଛି ।
ରାକ୍ଷୀ ବ୍ୟତୀତ ଏସବୁ ପଦାର୍ଥଗୁଡିକୁ ପଲିସ କରି ଚୁଡି, କାନଫୁଲ, ହାର ଏବଂ ମୁଦି ଭଳି ଅଳଙ୍କାର ମଧ୍ୟ ତିଆରି କରୁଛନ୍ତି ପ୍ରିୟଦର୍ଶିନୀ । ଏଥିସହ ବିଭିନ୍ନ ରଙ୍ଗ ବେରଙ୍ଗ ପାଇଁ ହଳଦୀ, ମେହେନ୍ଦୀ, କଫି, ପିଆଜ ଏବଂ ଶାଗ ପତ୍ର ଭଳି ଜିନିଷର ବ୍ୟବହାର କରାଯାଇଛି । ରାୟଗଡାର ୨୫ ଜଣ ଆଦିବାସୀଙ୍କୁ ସେ ଏହି କଳାର ପ୍ରଚାର ପ୍ରସାର ପାଇଁ ମଧ୍ୟ ପ୍ରଶିକ୍ଷଣ ଦେଉଛନ୍ତି । ଏହି କଳାକୁ ଆଗାମୀ ଦିନରେ ରାଜ୍ୟ ଏବଂ ରାଜ୍ୟ ବାହାରେ ପରିଚିତ କରାଇବାର ଲକ୍ଷ୍ୟ ରଖିଛନ୍ତି ପ୍ରିୟଦର୍ଶିନୀ ।