ଏମ୍ସରେ ଜୁଲାଇ୧୫ ରେ ଆରମ୍ଭ ହେବ ଏକମୋ ମେଶିନ ସେବା

0

ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ) : ଏବେ ଏକମୋ ଚିକ୍ରିସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ନାହିଁ ରୋଗୀ । ଓଡିଶାର ଏମ୍ସରେ ଏବେ ଆରମ୍ଭ ହେବାକୁ ଯାଉଛି ଏକମୋ ମେଶିନା ଜୁଲାଇ ୧୫ ସୁଦ୍ଧା ଏହା କାରର୍ଯ୍ୟକ୍ଷମ ହେବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ଏମ୍ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି । ଏକମୋ ମେଶିନ୍ ନଥିବାରୁ ରୋଗୀ ଅନେକ ହଇରାଣ ପଡୁଥିଲେ । କରୋନାର ଦ୍ୱିତୀୟ ଲହର ହେତୁ ରୋଗି ମାନଙ୍କ ପାଇଁ ଅଧିକ ପରିମାଣରେ ଆବଶ୍ୟକତା ପଡୁଥିଲା ଏକମୋ ଚିକିତ୍ସା । ବହୁ ରୋଗୀଙ୍କୁ ଏୟାରଲିପ୍ଟ କରାଯାଉଥିବାରୁ ରୋଗୀଙ୍କ ପରିବାର ଖର୍ଚ୍ଚାନ୍ତ ହୋଇପଡୁଥିଲେ ଏବଂ ଆର୍ଥିକ ସହୟାତା ପାଇଁ ନେହୁରା ହେଉଥିଲେ ।