(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଚୀନ ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ମଧ୍ୟରେ ଚୀନ ଆଜି ଆମେରିକା ବିରୋଧରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛି । ଚୀନ କହିଛି, ଆମେରିକା ଖୋଲାଖୋଲି ଭାବେ ବିଶ୍ୱରେ ଆର୍ଥିକ ଆତଙ୍କବାଦ ଚଳାଇଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ମାସରେ ଚୀନର ଉତ୍ପାଦ ଉପରେ ଶୁଳ୍ପ ବଢାଇ ଦେଇଥିଲେ । ଏଥିସହ ଚୀନର ଦୂରସଂଚାର କ୍ଷେତ୍ରରର ହୁବାବେ କମ୍ପାନୀକୁ କଳା ତାଲିକାଭୂକ୍ତ କରିଥିଲେ । ପିଟିଆଇ ମୁତାବକ ଚୀନର ଉପ ବିଦେଶ ମନ୍ତ୍ରୀ ଝାଙ୍ଗ ହନହୁଇ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଚୀନ ବାଣିଜ୍ୟ ଯୁଦ୍ଧ ବିରୋଧି । କିନ୍ତୁ ଯୁଦ୍ଧକୁ ଡରୁନାହୁଁ । ଆମେରିକା ଆର୍ଥିକ ଆତଙ୍କବାଦରେ କ୍ଷେତ୍ରରେ ବହୁ ତଳକୁ ଖସି ଯାଇଛି । ସେ ଆହୁରି କହିଛନ୍ତି, ବ୍ୟାପାର ଯୁଦ୍ଧରେ କେହି କେବେ ସମୃଦ୍ଧି ଲାଭ କରିନାହିଁ । ଆମେରିକା ଦ୍ୱାରା ଶୁଳ୍କ ବଢାଇବା ପରେ ଚୀନ ମଧ୍ୟ ପଦକ୍ଷେପ ନେଇଛି । ଆମେରିକାର ଦୁର୍ଲଭ ଖଣିଜର ଆମଦାନୀ ବନ୍ଦ କରିବାକୁ ଯୋଜନା କରାଯାଉଛଛି ।