(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆର୍ଥିକ ସଂକଟ ପାଇଁ ବନ୍ଦ ହୋଇଥିବା ବିମାନ କମ୍ପାନୀ ଜେଟ ଏୟାରୱେଜର ପ୍ରତିଷ୍ଠାତା ତଥା ପୂର୍ବତନ ଅଧ୍ୟକ୍ଷ ନରେଶ ଗୋଏଲଙ୍କ ଦିଲ୍ଲୀ ଓ ମୁମ୍ବାଇସ୍ଥିତ ଘର, ଅଫିସ ସମେତ ୧୨ଟି ସ୍ଥାନରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି ) ପକ୍ଷରୁ ଚଢାଉ ହୋଇଛି । ତାଙ୍କ ନାମରେ ବିଦେଶୀ ବିନିମୟ ମୁଦ୍ରା ଆଇନର ଉଲ୍ଲଙ୍ଘନ ଅଭିଯୋଗ ରହିଛି ।
ଇଡି ଟୁଇଟରରେ ସୂଚନା ଦେଇଛି କି, ସେ ବିଦେଶୀ ବିନିମୟ ପରିଚାଳନା ଆଇନ (ଫେମା) କରିଥିବା ଅଭିଯୋଗର ତଦନ୍ତ ଓ ପ୍ରମାଣ ସଂଗ୍ରହ କରୁଛି । ଆର୍ଥିକ ସଂକଟ କାରଣରୁ ଗତ ଏପ୍ରିଲ ୧୭ରେ ଜେଟ ଏୟାରେଓ୍ଵଜ ନିଜର ଉଡାଣ ବନ୍ଦ କରିଥିଲା । ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ନରେଶ ଗୋଏଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । କମ୍ପାନିର ପାଣ୍ଠି ହେରଫେର କରିଥିବା କେନ୍ଦ୍ର କର୍ପୋରେଟ ବ୍ୟାପାର ମନ୍ତ୍ରାଳୟ ଗତ ଜୁଲାଇ ମାସରେ ତଦନ୍ତରେ ସୂଚନା ପାଇଥିଲା ।