କେନ୍ଦୁଝର: ବଢ଼ିଲା ରାଜା ଚକ୍ରଙ୍କ ଅଡୁଆ । ରାଜା ଚକ୍ରଙ୍କ ଟ୍ରାନ୍ସପୋର୍ଟ ଅଫିସ୍ ସିଲ୍ କଲା ଇଡି । ଶୁଆକାଟି ସ୍ଥିତ ଗନ୍ଦମାର୍ଦ୍ଦନ ଲୋଡିଂ ଏଜେନ୍ସି ର କୋଟି କୋଟି ଟଙ୍କାର ଅର୍ଥ ହେରଫେର ମାମଲାରେ ଆଜି ରାଜା ଚକ୍ରଙ୍କ ଜଗନ୍ନାଥପୁର ସ୍ଥିତ ବାସଭବନ ଉପରେ ଚଢଉ ଇଡି । ଗତ ଫେବୃଆରୀ ୭ ତାରିଖ ଦିନ EOW ପ୍ରଥମେ ଗନ୍ଦମାର୍ଦ୍ଦନ ଲୋଡିଂ ଏଜେନ୍ସିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାଶଙ୍କୁ ପଚରା କରିବା ପରେ ଉଠାଇ ନେବା ସହ ୯ ତାରିଖରେ ଗିରଫ କରିଥିଲେ । ଏହା ପରେ ରାଜା ଚକ୍ରଙ୍କୁ EOW ତାଙ୍କ ନିକଟରେ ହାଜର ହେବାକୁ ନୋଟିସ ଜାରି କରିଥିଲେ । ରାଜା ହାଇକୋର୍ଟରୁ ଆଗୁଆ ଜାମିନରେ କିଛି ଦିନ ରହିବା ସହ ଇଓଜବ୍ଲୁ ନିକଟରେ ତଦନ୍ତ ପାଇଁ ହାଜର ହୋଇଥିଲେ । ଜାମିନ ଅବଧି ଶେଷ ସରିବା ପରେ ମାର୍ଚ୍ଚରେ EOW ତାଙ୍କୁ ଗିରଫ କରିଥିଲା । ଖଣିଜ ଅଞ୍ଚଳର ଲୋକଙ୍କ ସହାୟତା ପାଇଁ ଗଠନ କରାଯାଇଥିବା ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ଟ୍ରାନ୍ସପୋର୍ଟିଂ କୋ-ଆପେରେଟିଭ୍ ସୋସାଇଟିକୁ ବ୍ୟକ୍ତିଗତ ଲାଭ ପାଇଁ ବ୍ୟବହାର କରିଥିବା ନେଇ ରାଜା ଚକ୍ରଙ୍କ ବିରୋଧରେ ଆରୋପ ରହିଛି। ପ୍ରାୟ ୧୫୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ତାଙ୍କ ବିରୋଧରେ ରହିଛି। ଏ ବାବଦରେ ପୂର୍ବରୁ ଇଡି ଚଢ଼ଉ କରିଥିଲା। ରାଜା ଏବେ ଗିରଫ ହୋଇ ଜେଲରେ ରହିଛନ୍ତି।