ବ୍ୟୁରୋ : ୯ ବର୍ଷ ପୂର୍ବର ‘ନୋଟ୍ ଫର୍ ଭୋଟ୍’ ମାମଲାରେ ଇଡି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ସମନ ଜାରି କରିଛି । ଅକ୍ଟୋବର ୧୬ କିମ୍ବା ତା ପୂର୍ବରୁ କୋର୍ଟରେ ହାଜର ହେବା ପାଇଁ ସମନରେ କୁହାଯାଇଛି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ୨୦୧୫ ମସିହାରେ ଯେତେବେଳେ କେସିଆରଙ୍କ ସରକାର ଥିଲା ସେହି ସମୟରେ ଟିଡିପି ବିଧାୟକ ରେବନ୍ତ ରେଡ୍ଡୀ କ୍ୟାମେରାରେ ଜଣେ ଜଣାଶୁଣା ବିଧାୟକଙ୍କୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରୁଥିବା ସମୟରେ ଧରାପଡିଥିଲେ । ରେବନ୍ତ ରେଡ୍ଡୀ ଏମଏଲସି ନିର୍ବାଚନରେ ଭୋଟ ବଦଳରେ ବିଧାୟକ ଏଲଭିସ୍ ଷ୍ଟିଫେନସନଙ୍କୁ ଟଙ୍କା ପ୍ରଦାନ କରିଥିଲେ । ପରେ ରେବନ୍ତ ରେଡ୍ଡୀଙ୍କୁ ତେଲେଙ୍ଗାନା ପୋଲିସ ଗିରଫ କରିଥିଲା । ବିଆରଏସର କାର୍ଯ୍ୟକାରୀ ସଭାପତି କେ.ଟି.ଆର୍ ମଧ୍ୟ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ଉପରେ ଦୁର୍ନୀତି ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ଅମୃତ ୨.୦ ଯୋଜନା ଅନ୍ତର୍ଗତ ନକଲି ଟେଣ୍ଡର ଆବଣ୍ଟନକୁ କେନ୍ଦ୍ର କରି ରେବନ୍ତ ରେଡ୍ଡୀ ୮୮୮୮କୋଟି ଟଙ୍କାର ଦୁର୍ନୀତି କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କେ.ଟି.ଆର୍ । ଶୁକ୍ରବାର ରେବନ୍ତ ରେଡ୍ଡୀଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ପକ୍ଷରୁ କୁହାଯାଇଛି ଯେ, ଏହି ମାମଲାର ପ୍ରକ୍ରିୟାରେ ଅଭିଯୋଗକାରୀ ପକ୍ଷ ଉପରେ କୌଣସି ଚାପ ପକାନ୍ତୁ ନାହିଁ ବା ହସ୍ତକ୍ଷେପ କରନ୍ତୁ ନାହିଁ ।