ଗଜପତି: ଆଜି ଦିନିକିଆ ଗଜପତି ଗସ୍ତରେ ଅଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । କୋରୋନା କଟକଣା ପରେ ଦୀର୍ଘ ଦିନ ପରେ ସ୍କୁଲ ଖୋଲିଛି । ତେବେ ସ୍କୁଲ ଖୋଲିବା ପରେ ଗଜପତି ଯାଇ ବିଭିନ୍ନ ସ୍କୁଲ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ପରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସରର ସଭାଗୃହରେ ବିଭିନ୍ନ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ବାଳକ ଓ ବାଳିକା ବିଦ୍ୟାଳୟ ଭଳି ବହୁ ପୁରାତନ ବିଦ୍ୟାଳୟ ପରିଦର୍ଶନ କରିବା ସହ ଜିଲ୍ଲାପାଳଭ୍କ କାର୍ଯ୍ୟାଳୟ ପରିସରର ସଭାଗୃହରେ ବିଭିନ୍ନ ସରକାରୀ ଅଧିକାରୀଙ୍କ ସହ ଆଲେଚନା କରିଥିଲେ । ଏହି ବିଦ୍ୟାଳୟରେ ପହଞ୍ଚି ନିଜକୁ ଧନ୍ୟ ମନେ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଏହାପରେ ଜିଲ୍ଲାପାଳଙ୍କ କକ୍ଷରେ ଶିକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି । ସରକାର ବିଦ୍ୟାଳୟଗୁଡିକ ସ୍ମାର୍ଟ ସ୍କୁଲରେ ପରିଣତ କରି ଶିକ୍ଷାର ମାନ ବୃଦ୍ଧି କରିବା ସହ ଅତିଶୀଘ୍ର ରାଜ୍ୟର ସବୁ ଜିଲ୍ଲାରେ ଏହି ବ୍ୟବସ୍ଥା କାର୍ୟ୍ୟକାରୀ କରାଯିବ ବୋଲି ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପ୍ରକାଶ କରିଛନ୍ତି ।