ରାଜ୍ୟ ସରକାରଙ୍କ ଷ୍ଟାର୍ଟଅପ ବ୍ୟବସ୍ଥା ଜରିଆରେ ପିଲାଙ୍କୁ ଉଦ୍ୟୋଗୀ କରିବାକୁ ପ୍ରୟାସ

0

ଭୁବନେଶ୍ୱର: ଓଡିଆ ପିଲାଙ୍କୁ ଉଦ୍ୟୋଗୀ କରିବାକୁ ପ୍ରୟାସ । ରାଜ୍ୟ ସରକାରଙ୍କ ଷ୍ଟାର୍ଟଅପ ବ୍ୟବସ୍ଥା ଜରିଆରେ ଏପରି ଉଦ୍ୟମ କରାଯାଉଛି । ଆସନ୍ତା ୧୧ ତାରିଖରୁ ଷ୍ଟାର୍ଟଅପ ଭ୍ୟାନ କ୍ୟାମ୍ପ ଆରମ୍ଭ ହେବ । ଆଉ ଏହାକୁ ଶୁଭାରମ୍ଭ କରିିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏଥିରେ ୨୫ ହଜାର ଛାତ୍ରଛାତ୍ରୀ ଭାଗ ନେବେ ବୋଲି ଲକ୍ଷ ରହିଛି । ଅଷ୍ଟମରୁ ଦଶମ ଶ୍ରେଣୀର ପିଲାମାନେ ଏହି କ୍ୟାମ୍ପରେ ଭାଗ ନେଇପାରିବେ ।
ଚାକିରି ପଛରେ ନପଡି ପିଲା କିପରି ଉଦ୍ୟୋଗୀ ହେବେ ସେନେଇ ରାଜ୍ୟ ସରକାରଙ୍କ ପ୍ରୟାସ ଜାରି ରହିଛି । ଦ୍ୱିତୀୟ ବର୍ଷ ପାଇଁ ଆସନ୍ତା ୧୧ ତାରିଖରୁ ନୂଆ ଆଇଡିଆ ନୂଆ ଉଦ୍ଭାବନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟୋଗୀ ହେବାର ଜିଜ୍ଞାସାକୁ ପୂରଣ କରିବା ପାଇଁ ଷ୍ଟାର୍ଟଅପ ଭ୍ୟାନର ୪ଟି ଗାଡି ୩୦ଟି ଜିଲ୍ଲା ପରିକ୍ରମା କରିବ । ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ଦିଆଯିବ । ସ୍କୁଲ ଓ କଲେଜରେ କ୍ୟାମ୍ପ କରି ୩ହଜାର ୫୦୦ ନୂଆ ଆଇଡିଆ ସଂଗ୍ରହ କରାଯିବ । ୩ ହଜାର ୫୦୦ ନୂଆ ଆଇଡିଆକୁ ବିଶ୍ଲେସଣ କରି ସେଥରୁ ଚୟନ କରାଯିବ । ଉତ୍ତମ ଆଇଡିଆ ପ୍ରଦାନ କରିଥିବା ଛାତ୍ରଛାତ୍ରୀଙ୍କୁ ୧ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ ।