ଅଣ୍ଡା ବୋଝେଇ ଟ୍ରକ ଓଲଟି ଚାଳକ ଗୁରୁତର

0

ଟାଙ୍ଗି / ରାକେଶ  କୁମାର  ଜଗଦେବ : ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବାଇପାସ ରେ ଓଲଟିଲା ଅଣ୍ଡା  ବୋଝେଇ ଟ୍ରକ ।  ଚାଳକ ଗୁରୁତର  ମେଡିକାଲ ରେ ଭର୍ତ୍ତୀ ।  ଖବର ପାଇ ଘଟଣା ସ୍ଥଳରେ ପହଁଚିଲା ଟାଙ୍ଗୀ ପୋଲିସ ।  ଦୁର୍ଘଟଣା ରେ ଗୁରୁତର ଙ୍କୁ ଉଦ୍ଧାର କରି ମେଡିକାଲ ରେ ଭର୍ତ୍ତୀ କରିଛି ପୋଲିସ  ।

 ସୂଚନା ଆନୁଯାୟୀ, ଆଜି ସକାଳେ ପଡୋଶୀ ଆନ୍ଧ୍ର ପ୍ରଦେଶ ରୁ ଗୋଟିଏ ଅଣ୍ଡା ବୋଝେଇ ଟ୍ରକ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଟାଙ୍ଗୀ ବାଇପାସ ରେ  ଟ୍ରକ ସମ୍ମୁଖ କୁ ଏକ ଗାଇ ପଳାଇ ଆସିଥିଲା ।  ଫଳରେ ଟ୍ରକ ଚାଳକ ଜଣକ ଟ୍ରକ ଉପରୁ ନିୟନ୍ତ୍ରଣ ହରାଇଥିଲେ ।  ଫଳରେ ରାସ୍ତା କଡ଼କୁ ଟ୍ରକ ଟି ଓଲଟି ପଡ଼ିଥିଲା ।  ଖବର ପାଇଁ ଟାଙ୍ଗୀ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଗୁରୁତର ଟ୍ରକ ଚାଳକଙ୍କୁ ଉଦ୍ଧାର କରି ଟାଙ୍ଗୀ  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତୀ କରିଥିଲା ।  ଏପଟେ ଟ୍ରକୁ ରୁ ସମସ୍ତ  ଅଣ୍ଡା କୁ ସଂଗ୍ରହ କରି ସୁରକ୍ଷିତ କରାଯାଇଛି । ଫଳରେ ରାସ୍ତା ରେ ଗାଡି ଚଳାଚଲ ସ୍ୱାଭାବିକ ହୋଇଛି ।