ଭାଇଚାରାର ପର୍ବ ଇଦ୍

0

ଭଦ୍ରକ: ଆଜି ଆନନ୍ଦର ଉଲ୍ଲାସ ର ସହିତ ଭଦ୍ରକରେ ପାଳନ ହେଉଛି ପବିତ୍ର ଇଦ ଉଲ ଫିତର ବା ଇଦ ପର୍ବ । ଦୀର୍ଘ ଗୋଟାଏ ମାସର ଉପବାସ ପରେ ଏହି ପର୍ବ ପାଳିତ ହେଉଛି । ପବିତ୍ର ରମଜାନ ମାସ ର ଉପବାସ ଓ ଚାନ୍ଦ ଦର୍ଶନ ପରେ ମହାସମାରୋହ ରେ ପାଳିତ ହେଉଛି ଦାନ ଓ ଧର୍ମ ର ପର୍ବ ଇଦ ଉଲ ଫିତର । ତେବେ ଭଦ୍ରକ ସହର ରେ ଏଥର ଇଦ ମହାସମାରୋହରେ ପାଳିତ ହେଉଛି ।

କୋଭିଡ଼ କଟକଣା ପାଇଁ ଗତ ଦୁଇ ବର୍ଷ ହେବ ସାମୁହିକ ନମାଜ ପାଇଁ ଅନୁମତି ମିଳିନଥିଲା , ମାତ୍ର ୫ ଜଣ ଇଦଗାହ ଠାରେ ନମାଜ ପାଠ କରୁଥିଲେ କିନ୍ତୁ ଏଥର ଇଦଗାହ ଠାରେ ସାମୁହିକ ନମାଜ ଆୟୋଜିତ ହୋଇଛି । ଏଥି ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସଖାଲୁ ମୁସଲିମ ଧର୍ମାବଲମ୍ବୀ ମାନେ ଇଦଗାହ ଠାରେ ଏକାଠି ହୋଇଥିଲେ ।

ପରେ ସମୂହ ନମାଜ ପାଠ କଲା ପରେ ପରସ୍ପର କୁ ଇଦ ମୁବାରକ କହି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ. ଏହି ସମୂହ ନମାଜ ପାଠ ଉତ୍ସବ ୫ହଜାର ଅଧିକ ଲୋକ ଏକାଠି ନମାଜ ପାଠ କରିଥିଲେ। ସେହିପରି ମୁସଲିମ ମାନଙ୍କ ଏହି ପର୍ବରେ ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ପାଇଁ ଅନେକ ହିନ୍ଦୁ ଲୋକଙ୍କ ସହିତ ବିଭିନ୍ନ ରାଜନୈତିକ ଦଳ ର ନେତୃବୃନ୍ଦ ମାନେ ଯୋଗ ଦେଇଥିଲେ।

ଅନ୍ୟ ପକ୍ଷରେ ଏହି ପବିତ୍ର ପର୍ବ କୁ ସହରରେ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ୧୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ସହିତ ବରିଷ୍ଟ ପୋଲିସ ଅଧିକାରୀ ମାନଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଥିବା ଭଦ୍ରକ ଏସପି ଚରଣ ସିଂ ମିନା କହିଛନ୍ତି।