କେନ୍ଦୁଝର ଆନନ୍ଦପୁର ଥାନା ପଣସଡିହା ପଞ୍ଚାୟତ ଡୁମରିଡିହା ଗାଁରେ ଭାଲୁ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

0

ବ୍ୟୁରୋ: ଛତୁ ତୋଳିବା ହେଲା କାଳ,ଭାଲୁ ଆକ୍ରମଣ ବୃଦ୍ଧାଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି କେନ୍ଦୁଝର ଆନନ୍ଦପୁର ଥାନା ପଣସଡିହା ପଞ୍ଚାୟତ ଡୁମରିଡିହା ଗାଁରେ । ମୃତକ ହେଉଛନ୍ତି ସୁମୀ ଘାଗରାଇ । ସେ ନିକଟସ୍ଥ ଜଙ୍ଗଲରେ ଛତୁ ତୋଳୁଥିବା ବେଳେ ତାଙ୍କୁ ଭାଲୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ସୁମୀଙ୍କ ମୃତ୍ୟୁ ହୋଇଥିଲା। ଦୀର୍ଘ ସମୟ ଧରି ସୁମୀ ନଫେରିବାରୁ ପରିବାର ଲୋକେ ଗାଁ ଲୋକଙ୍କ ସହାୟତାରେ ଖୋଜାଖୋଜି କରିଥିଲେ । ପରେ ତାଙ୍କ ମୃତଦେହ ଜଙ୍ଗଲ ନିକଟ ରାସ୍ତାରୁ ଉଦ୍ଧାର ହୋଇଥିଲା । ପରେ ପୋଲିସ୍ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମେଡିକାଲ ପଠାଇଛି । ତେବେ ସପ୍ତାହେ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ଭାଲୁ ଆକ୍ରମଣରେ ଦୁଇଟି ଜୀବନ ଗଲାଣି ।