(ରିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ୧୯ ଲଢେଇ ପାଇଁ ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନୟାଗଡ଼ ଜିଲ୍ଲାରୁ ନିର୍ବାଚନୀ ଶଙ୍ଖ ଫୁଙ୍କିବେ ନବୀନ । ପ୍ରଥମ ପର୍ୟ୍ୟାୋୟ ପ୍ରାର୍ଥୀ ଘୋଷଣା ପରେ ପ୍ରଥମ ଥର ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ବିଜେଡି ସଭାପତି । ନୟାଗଡ଼ ଷ୍ଟାଡିୟମରେ ସାଧାରଣ ସଭାରେ ଯୋଗ ଦେବେ ନବୀନ । ଦିନ ୧୧ଟା ବେଳେ ସଭାସ୍ଥଳରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ଏଠାରେ ନୟାଗଡ଼ ଜିଲ୍ଲାର ଚାରିଗୋଟି ନିର୍ବାଚନମଣ୍ଡଳୀର ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବ । ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ପ୍ରଥର ଥର କୌଣସି ଦଳୀୟ ସଭାରେ ଯୋଗ ଦେବାକୁ ଯାଉଛନ୍ତି ନବୀନ । ପ୍ରଥମ ଦୁଇଟି ପର୍ୟ୍ୟାଥୟ ନିର୍ବାଚନ ପାଇଁ ବିଜେଡି ତାଲିକା ଘୋଷଣା କରିଥିବା ବେଳେ ଅନେକ ସ୍ଥାନରେ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଏବେ ପ୍ରଚାର ମୈଦାନକୁ ଓହ୍ଲାଇବ ଦଳ ।