(ହରପ୍ରସାସ ବିଶୋଇ / ରିପୋର୍ଟସ ଟୁଡ଼େ ) : ଚଳିତ ବର୍ଷ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିବା ଅତ୍ୟନ୍ତ ର୍ଦୁଭାଗଜନକ । ଏନେଇ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ (ଏଭିବିପି) ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦିଆଯାଇଛି । ସରକାର ଏକ ଛତ୍ରବାଦ ମନୋବୃତ୍ତି ନେଇ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରି ଛାତ୍ରଛାତ୍ରୀମାନଙ୍କର ଅଧିକାରକୁ କ୍ଷୁର୍ଣ୍ଣ କରିବା ସହ ଗଣତନ୍ତ୍ରର କଣ୍ଠରୋଧ କରୁଛନ୍ତି ।ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ଗଣତନ୍ତ୍ରର ପ୍ରୟୋଗଶାଳା, ଯେଉଁଠି ଛାତ୍ରଛାତ୍ରୀମାନେ ଗଣତନ୍ତ୍ରର ପ୍ରଥମ ଅନୁଭୁତି ନେଇଥାନ୍ତି । ତାକୁ ରାଜ୍ୟ ସରକାର ଜାଣିଶୁଣି ରୋକିବା ପାଇଁ ପ୍ରୟାସ କରୁଛନ୍ତି ବୋଲି ଏଭିବିପି ପକ୍ଷରୁ ଅଭିଯୋଗ ହୋଇଛି ।