ନିର୍ବାଚନ ବାତିଲ ପ୍ରସଙ୍ଗ : ରାଜ୍ୟ ମୁଖିଆଙ୍କ କୁଶପୁତଳିକା ଦାହ

0

(ରାଇରଙ୍ଗପୁର / ସତ୍ୟ ନାରାୟଣ ପାଲ ) : ରାଜ୍ୟ ସରକାରଙ୍କ ମହାବିଦ୍ୟାଳୟରେ ପ୍ରତ୍ୟକ୍ଷ ନିର୍ବାଚନ ବାତଲ କରି ପରୋକ୍ଷ ନିର୍ବାଚନ ନିର୍ଦ୍ଦେଶକୁ ନେଇ ରାଇରଙ୍ଗପୁର ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି । ଏଥିନେଇ ରାଜ୍ୟଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଏବଂ ରାଜ୍ୟ ମୁଖିଆଙ୍କ କୁଶପୁତଳିକା ଦାହ କରାଯାଇଛି ।
ଛାତ୍ର ଶକ୍ତି ରାଷ୍ଟ୍ରୀୟ ଶକ୍ତି । ହେଲେ ସରକାରଙ୍କ ଛାତ୍ର ବିରୋଧୀ ନୀତି ସେମାନଙ୍କ ଅଧିକାରକୁ ଅପହରଣ କରିବା ନେଇ ସାରା ରାଜ୍ୟରେ ଛାତ୍ର ଅସନ୍ତୋଷ ଦେଖାଦେଇଛି । ସରକାର ଫାଶୀବାଦ ନୀତି ପ୍ରମାଣିତ ହୋଇଛି । ରାଜ୍ୟରେ ଏଭଳି କୌଣସି ପରିସ୍ଥିତ ବିଗିଡ଼ି ନଥିଲା ଯେ ରାଜ୍ୟରେ ମହାବିଦ୍ୟାଳୟଗୁଡ଼ିକରେ ନିର୍ବାଚନ ହୋଇପାରିବ ନାହି । ଗତବର୍ଷ ତିତିଲି ଯୋଗୁଁ ନିର୍ବାଚନ ହୋଇପାରିନଥିଲା । ଚଳିତ ବର୍ଷ ସବୁ ପ୍ରସ୍ତୁତି ହୋଇ ସାରିଥିବାବେଳେ ହଠାତ୍ କିଭଳି ସୁରାକ ମିଳିଲା ଯେ ସରକାର ପଛଘୁଞ୍ଚା ଦେଇ ପ୍ରତ୍ୟକ୍ଷ ନିର୍ବାଚନ ପାଇଁ ନିଷ୍ପତ୍ତି ନେଲେ । ଆଜି ରାଇରଙ୍ଗପୁର ମହାବିଦ୍ୟାଳୟ ର ଅଖିଳଭାରତ ଛାତ୍ର ସଂଘ ତରଫରୁ ଏକ ଶାନ୍ତିପୂର୍ଣ୍ଣ ଧର୍ମଘଟ ହୋଇଥିଲା । ସରକାରଙ୍କ ଫାଶୀବାଦ ନୀତି ବିରୁଦ୍ଧରେ ଧାରା ଦେଇଥିଲେ । ଶେଷରେ ଶିକ୍ଷାମନ୍ତ୍ରୀ ଅରୁଣସାହୁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।