(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଦୀର୍ଘ ଦିନରୁ ବିଦ୍ୟୁତ ବିଲ ଦେଇନଥିବା ଉପଭୋକ୍ତାଙ୍କ ପାଇଁ ଏକ ଯୋଜନା ଆରମ୍ଭ କରାଯାଇଛି । ଏହି ନୂଆ ଯୋଜନା ମାଧ୍ୟମରେ ବିଜୁଳି ଉପଭୋକ୍ତା କିସ୍ତିରେ ବିଦ୍ୟୁତ ବିଲ ପୈଠ କରିପାରିବେ । ଉତ୍ତରପ୍ରଦେଶରେ ବିଦ୍ୟୁତ ବିଭାଗ ପକ୍ଷରୁ ଏଭଳି ଏକ ଯୋଜନା ଆରମ୍ଭ ହୋଇଛି । ଯେଉଁମାନେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଓ ବହୁଦିନ ଧରି ବିଦ୍ୟୁତ ବିଲ ପୈଠ କରିପାରିନାହାନ୍ତି ସେମାନଙ୍କ ପାଇଁ ସହଜ କିସ୍ତି ଯୋଜନା ନାମରେ ଏହି ସୁବିଧା ଆରମ୍ଭ କରାଯାଇଛି ।
ଏହି ସୁବିଧା ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ଡିସେମ୍ବର ୩୧ ତାରିଖ ଯାଏଁ ଜାରି ରହିବ । ସହରାଞ୍ଚଳରେ ରହୁଥିବା ଉପଭୋକ୍ତା ୧୨ଟି କିସ୍ତିରେ ଓ ଗ୍ରାମୀଣ ଅଂଚଳରେ ରହୁଥିବା ଉପଭୋକ୍ତା ୨୪ଟି କିସ୍ତିରେ ବକେୟା ବିଦ୍ୟୁତ ବିଲକୁ ପୈଠ କରିପାରିବେ । ତେବେ ସହଜ କିସ୍ତି ଶୁଝିବା ପାଇଁ କିଛି ସର୍ତ୍ତ ମଧ୍ୟ ରହିଛି । ୧୫୦୦ ଟଙ୍କାରୁ କମ ସର୍ବୋତମ କିସ୍ତି ରହିଛି । ଅନଲାଇନ ଓ ଅଫଲାଇନ ମାଧ୍ୟମରେ ବିଦ୍ୟୁତ ଉପଭୋକ୍ତା ଏହି କିସ୍ତି ଦେଇପାରିବେ । ଅର୍ଥାତ ନିକଟସ୍ଥ ବିଦ୍ୟୁତ କାର୍ୟ୍ୟାଳୟ ହେଉ ବା ମୋବାଇଲ ମାଧ୍ୟମରେ ୱେବସାଇଟରେ ଏହି ବକେୟା ବିଦ୍ୟୁତ ବିଲ ଦେଇପାରିବେ ।