ଭୁବନେଶ୍ଵର/ରାଜେଶ ସାହୁ: ରାଜ୍ୟରେ ବିଦ୍ୟୁତ୍ ଦର ପୁଣି ବୃଦ୍ଧି ପାଇଲା। ଏଣିକି ୟୁନିଟ୍ ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି ପାଇଛି। ରାଜ୍ୟରେ ବିଦ୍ୟୁତ୍ ଦର ବୃଦ୍ଧିକୁ ଓଇଆରସି ପକ୍ଷରୁ ମଞ୍ଜୁରୀ ମିଳିଛି। ଏପ୍ରିଲ ୪ରୁ ଲାଗୁ ହେବ ଏହି ବର୍ଦ୍ଧିତ ବିଦ୍ୟୁତ ଦର। କିନ୍ତୁ ବିପିଏଲ ଏବଂ ଜଳସେଚନ ଉପଭୋକ୍ତାଙ୍କ ପାଇଁ ଦର ଅପରିବର୍ତ୍ତିତ ରହିଛି। ବିଦ୍ୟୁତ୍ ଦର ବୃଦ୍ଧି ଯୋଗୁଁ ଏଣିକି ପ୍ରଥମ ୫୦ ୟୁନିଟ୍ରେ ୟୁନିଟ୍ ପିଛା ୩ ଟଙ୍କା, ୫୧ ରୁ ୨୦୦ ୟୁନିଟ୍ ମଧ୍ୟରେ ୟୁନିଟ୍ ପିଛା ଦର ୫.୮୦ ଟଙ୍କା, ୪୦୦ ୟୁନିଟ୍ରୁ ଅଧିକ ହେଲେ ୟୁନିଟ୍ ପିଛା ଦର ୬ ଟଙ୍କା ୨୦ ପଇସା ନିର୍ଦ୍ଧାରିତ କରାଯାଇଛି। ବର୍ଦ୍ଧିତ ଦର ଏପ୍ରିଲ ୪ରୁ ଲାଗୁ ହେବା ନେଇ ସୂଚନା ଦିଆଯାଇଛି।
ତେବେ ମିଟର ରେଣ୍ଟ, ମାସିକ ସର୍ବନିମ୍ନ ଚାର୍ଜ ଅପରିବର୍ତ୍ତିତ ରହିଛି। ଘରୋଇ ଓ ସିଙ୍ଗଲ ଫେଜ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍ ବିଲ୍ରେ ୨ ପ୍ରତିଶତ ରିହାତି ରହିଛି। ଏପରିକି ଡିଜିଟାଲରେ ପେମେଣ୍ଟ କଲେ ଉପଭୋକ୍ତାଙ୍କୁ ରିହାତି ମିଳିବ। ଏହା ବ୍ୟତୀତ ସମସ୍ତ ପ୍ରି-ପେଡ୍ ଉପଭୋକ୍ତାଙ୍କୁ ୨ ପ୍ରତିଶତ ରିହାତି ମିଳିବ।