ବିଦ୍ୟୁତ ନେଲା ୬ ଜୀବନ

0

ଗୁଣ୍ଠୁର – ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଶ୍ରମିକଙ୍କ ଜୀବନ । ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲା ଲଙ୍କାବାଣୀ ସ୍ଥିତ ରାପେଲ ଅଞ୍ଚଳରେ ଘଟିଛି ଏଭଳି ଦୁଃଖଦ ଘଟଣା । ଚିଙ୍ଗୁଡିଘେରରେ କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୬ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମୃତ୍ୟୁବରଣ କରିଥିବା ଶ୍ରମିକମାନେ ବିହାର ଓ ଓଡିଶାର ହୋଇଥିବା ଜଣାପଡିଛି ।ତେବେ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୃତକଙ୍କ ମଧ୍ୟରୁ ଓଡିଶାର ରାୟଗଡା ଜିଲ୍ଲାର ୨ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଗୁଣପୁର ମୋତିଲ ନଗରର ଜାଗ୍ରାଓ ସବଲଙ୍କ ପୁଅ ନବୀନ ସବଲ ଓ ଅନ୍ୟ ଜଣେ ଭିମପୁର ପକାନ ଗମାଙ୍ଗଙ୍କ ପୁଅ ରାମମୂର୍ତ୍ତୀ ଗମାଙ୍ଗ ହୋଇଥିବା ଜଣାପଡିଛି । ତେବେ ଅନ୍ୟ ମୃତକ ହେଉଛନ୍ତି କିରଣ, ମନୋଜ, ପାଣ୍ଡବ,ଏବଂ ମହେନ୍ଦ୍ର ବୋଲି ଜଣାପଡିଛି ।ସେପଟେ ଘଟଣାକୁ ନେଇ ବିଦ୍ୟୁତ ବିଭାଗ ମଧ୍ୟ ମୁହଁ ଖୋଲିଛି । ସଟସର୍କିଟର କାରଣ ବିଦ୍ୟୁତ ତାର ଛିଣ୍ଡି ହୋଇଥିବା ସ୍ଥାନୀୟ ଲୋକେ ଆଶଙ୍କା କରୁଥିବା ବେଳେ ବିଦ୍ୟୁତ ବିଭାଗ ଏହାକୁ ଖଣ୍ଡନ କରିବା ସହ ଭିନ୍ନ ଯୁକ୍ତି ବାଢୁଛି । ତେବେ ଏହି ଦୁର୍ଘଟଣାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଘଟଣାସ୍ଥଳକୁ ଗଣମାଧ୍ୟମକୁ ପ୍ରବେଶ କରିବାକୁ ପୋଲିସ ଅନୁମତି ଦେଉନାହିଁ । ତେବେ ମୃତକଙ୍କ ମଧ୍ୟରେ କେତେ ଜଣ ଓଡିଶାର ଓକେଉଁ ଜିଲ୍ଲାର ସେନେଇ ସ୍ପଷ୍ଟ ହୋଇନାହିଁ ।