ହିନ୍ଦୋଳ/ ଗୌତମ ମୁଦୁଲି: ପାଗରେ ହୋଇଛି ପରିବର୍ତ୍ତନ । ରାଜ୍ୟର ବିଭିନ୍ନ ଜାଗାରେ ଘଡଘଡି ସହ ବର୍ଷା ହୋଇଛି । ସେହିପରି ହିନ୍ଦୋଳରେ ମଧ୍ୟ ଆରମ୍ଭ ହୋଇଯାଇଛି ବର୍ଷା ସାଙ୍ଗକୁ ପବନ । ଫଳରେ କିଛି ଯାଗରେ ଗଛ ଉପୁଡି ପଢିଥିବା ବେଳେ କିଛି ସ୍ଥାନରେ ବିଦ୍ୟୁତ ତାର ଛିଡି ପଡିଛି । ଯାହାପାଇଁ କି ଲୋକେ ଯାତାୟତ କରିବାରେ ଅସୁବିଧାର ସମୁଖିନ ହେବାକୁ ପଡୁଛି ।
ସୂଚନା ଅନୁଯାୟୀ , ଅଚାନକ ହିନ୍ଦୋଳରେ ପବନ ସଙ୍ଗକୁ ବର୍ଷା ପାଇଁ ନୂଆବଗ ଠାରେ ରାସ୍ତା ଉପରେ ପଡି ଯାଇଛି ଗଛ । ସେହିପରି ରାସୋଳ ଠାରୁ ତେଲିଭୂଇଁ ସଂଯୋଗ କରୁଥିବା ରାସ୍ତାର କିଛି ସ୍ଥାନରେ ଗଛର ଡାଳ ପଡିବା ସହ ବିଦ୍ୟୁତ ତାର ଛିଡି ତଳେ ପଡିଥିବାରୁ ଦେଖିବାକୁ ମିଳିଛି । ଫଳରେ ରାସ୍ତାରେ ଯାତାୟାତ କରିବା ବାଧାପ୍ରାପ୍ତ ହୋଇଯାଇଛି । ପ୍ରାୟ ଏକ ଘଣ୍ଟା ଧରି ବର୍ଷା ଏବଂ ପବନ ହୋଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମୁଖିନ ହୋଇଛନ୍ତି ।