ଭୁବନେଶ୍ୱର: ବାଜିଛି ଏଲିନାଙ୍କ ସାହାନାଇ । ହେଲେ ଏଥର ପରଦାରେ ମିଛ ମିଛିକା ନୁହେଁ ବରଂ ସତସତିକା । ଓଲିଉଡ୍ର ଆଗଧାଡ଼ିର ନାୟିକା ଏଲିନା ସାମନ୍ତରାୟ ହାତରୁ ଦି’ ହାତ ହୋଇଛନ୍ତି । ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କ ବହୁଦିନର ବନ୍ଧୁ ଅନୁରାଗ ପଣ୍ଡାଙ୍କୁ ପାରମ୍ପରିକ ରୀତିରେ ବିବାହ କରିଛନ୍ତି। ସେ ପୁଣି ଇଣ୍ଡୋନେସିଆ ବାଲିରେ ବୋଲି ତାଙ୍କ ପାଖ ଲୋକମାନଙ୍କ ଠାରୁ ଶୁଣିବାକୁ ମିଳିଛି।
ହଠାତ୍ ଖବର ପାଇବା ପରେ ଅନେକ ସିନେପ୍ରେମୀ ଏବଂ ତାଙ୍କ ଶୁଭେଚ୍ଛୁ ଖୁସି ହେବା ସହ ଆଶ୍ଚର୍ଯ୍ୟ ହୋଇଛନ୍ତି। ବଡ଼ କଥା ହେଲା ; ଓଲିଉଡ୍ରେ ବି ଏହି ଖବର ନାହିଁ । କିନ୍ତୁ ଏଲିନା ବାହାଘରର କିଛି ଫଟୋ ନିଜ ଇନ୍ଷ୍ଟାଗ୍ରାମ୍ ରେ ଅପ୍ଲୋଡ୍ କରିଛନ୍ତି। ଗତକାଲି ବି ସେ ଏକ କାନ୍ଭାସ୍ରେ ଅନୁରାଗ ଏବଂ ଲଭ୍ ପ୍ରତୀକ ସହ ଏଲିନା ଲେଖାଥିବା ଫଟୋ ପୋଷ୍ଟ କରି ଏ ବିଷୟରେ କିଛି ଛି ଆଭାସ ଦେଇଥିଲା।
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ୨୦୨୧ ପାଇଁ ‘ଦୃଷ୍ଟିକୋଣ’ ସିନେମା ଲାଗି ଶ୍ରେଷ୍ଠ ପାର୍ଶ୍ଵ ଅଭିନେତ୍ରୀ ଭାବେ ସେ ମନୋନୀତ ହୋଇଥିଲେ। ସୌଭାଗ୍ୟକୁ ଆଜି ଯେତେବେଳେ ପୁରସ ରସ୍କାର ବିତରଣ ଉତ୍ସବରେ ତାଙ୍କ ନାଁ ଡକାଯାଇ ପାଇଥିଲା ସେ ଅନୁପସ୍ଥିତ ଥିଲେ।