(ରାଇରଙ୍ଗପୁର / ସତ୍ୟନାରାୟଣ ପାଲ ) : କରଞ୍ଜିଆ ବନଖଣ୍ଡ ରେ ପୁଣି ହାତୀ ଆତଙ୍କ ଦେଖିବାକୁ ମିଳିଛି। ଏକ ବାଇଶି ଟିକିଆ ହାତୀ ପଲ କରଞ୍ଜିଆ ବନ ଖଣ୍ଡ ରେଞ୍ଜ ଓ ବୁଧିଆଣି ରେଞ୍ଜ ଅଧୀନରେ ଥିବା କଦମବେଡ଼ା, କାଳିକାପୁର, ପକାମୁଣ୍ଡା, ଛାଞ୍ଚବଣି ଏହି ଗାଁ ଗୁଡିକ ରେ ହାତୀ ପଲ ପଶିବା ସହିତ ବ୍ୟାପକ କ୍ଷୟ କ୍ଷତି କରିଛନ୍ତି।ଏହା ପରେ ମଧ୍ୟ ବନ ବିଭାଗ ହାତୀ ଘଉଡ଼ାଇବା ପାଇଁ କୌଣସି ବ୍ୟବସ୍ଥା କରିନଥିବାରୁ ଜନସାଧାରଣ ରେ ଅସନ୍ତୋଷ ଦେଖାଦେଇଛି।ହାତୀ ପଲ ଜଙ୍ଗଲ ରୁ ବାହାରି ଗାଁ ଗୁଡିକ ରେ ବ୍ୟାପକ ଫସଲ କ୍ଷୟ କ୍ଷତି କରିବା ସହ ଜଙ୍ଗଲ କୁ ପଳାଇ ଯାଉଛନ୍ତି।ବନ ବିଭାଗ ହାତୀ ଘଉଡ଼ାଇବାରେ ବିଫଳତା ସ୍ଥାନୀୟ ଅଞ୍ଚଳରେ ଭୟ ର ବାତାବରଣ ସହ ଅସନ୍ତୋଷ ସୃଷ୍ଟି କରିଛି।ସେପଟେ ବିପଦ ସଂକୁଳ ଅବସ୍ଥାରେ ଗାଁ ଲୋକେ ହାତୀ ଘଉଡାଇବା ଦେଖିବାକୁ ମିଳିଛି। ହାତୀ ଆକ୍ରମଣ କରିବା ଭୟ ରେ ଲୋକେ ସନ୍ଧ୍ୟା ପରେ ନିରାପଦ ସ୍ଥାନ କୁ ଯାଇ ଆଶୟ ନେଉଥିବା ଦେଖିବାକୁ ମିଳିଛି।ବନ ବିଭାଗ ର ଏପରି ଖାମଖିଆଲି ମନୋଭାବକୁ ଜନସାଧାରଣ ଙ୍କ ମନରେ ଅସନ୍ତୋଷ ର ଭାବନା ସୃଷ୍ଟି କରିଛି।