ନଦୀକୁ ଶୌଚ ହେବାକୁ ଯାଉଥିବା ବେଳେ ହାତୀ ଆକ୍ରମଣରେ ବୃଦ୍ଧ ମୃତ

0

ବ୍ୟାସନଗର/ଟୁନା ଗୁରୁ : ତଣ୍ଡରା ଗାଁରେ ହାତୀ ଆତଙ୍କ | ନଦୀକୁ ଶୌଚ ହେବାକୁ ଯାଉଥିବା ବେଳେ ହାତୀ ଆକ୍ରମଣରେ ବୃଦ୍ଧ ମୃତ | ଗୁରୁବାର ସଖାଳ 9ଟା ସମୟରେ ତଣ୍ଡରା ଗାଁରେ ହାତୀ ଆତଙ୍କ | ସୂଚନା ମୁତାବକ ଯାଜପୁର, କୋରାଇ ବ୍ଲକ ତଣ୍ଡରା ଗ୍ରାମରେ ବଣୁଆ ହାତୀ ଉପଦ୍ରବ। ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ନାମ ଉପେନ୍ଦ୍ର କର। ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ମକଚି ଦେଲା ହାତୀ। ସ୍ଥାନୀୟ ଅଞ୍ଚଳରେ ଲୋକେ ଆତଙ୍କିତ। ଗାଁରେ ପହଞ୍ଚିଲେ ବନ ଅଧିକାରୀ।