ପୁଣି ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ,ଅଞ୍ଚଳବାସୀ ଆତଙ୍କିତ

0

(ସତ୍ୟନାରାୟଣ ପାଲ / ରାଇରଙ୍ଗପୁର): ଦେଢ଼ ମାସର ବ୍ୟବଧାନ ପରେ ପୁଣି ଲେଉଟିଲା ଝାଡଖଣ୍ଡି ହାତୀପଲ । ଗତ ରାତିରେ ଝାଡଖଣ୍ଡି ସୀମାନ୍ତ ବାଘବୁଡା ଅଞ୍ଚଳରେ ବିଳମ୍ବିତ ରାତିରେ କୋଡ଼ିଆ ନାଳ ପାର ହୋଇ ସାରସ କଣା ଅଞ୍ଚଳକୁ ପ୍ରବେଶ କରିଛନ୍ତି ହାତୀପଲ । ବର୍ତ୍ତମାନ ସମୟରେ ବିଲରେ ଧାନ କୋଟା ଚାଲି ଥିବାବେଳେ କେତେକାଂଶରେ ଧାନ କଟା ସାରି ବିଲରେ ପଡିରହିଛି । ଯାହାଫଳରେ ହାତୀପଲ ଫସଲ ଖାଇବା ସହିତ ମାଡିଦଳି ନଷ୍ଟ ମଧ୍ୟ କରୁଥିବା ଦେଖିବାକୁ ମିଳିଛି ।ହାତୀ ଭୟରେ ସାରସକଣା,ଜଟିଆ ଷୋଳ,କୁଣ୍ଡିଆପାଣି, ବାଘବୁଡା, ମାଲକୁଣ୍ଡା,ଖେରଣା, ଯୋକା, ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ହାତୀପଲଙ୍କୁ ଘଉଡାଇବାକୁ ବନବିଭାଗ ପକ୍ଷରୁ ପ୍ରୟାସ କରାଯାଉଛି ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ଅଧିକାରୀ । ତେବେ ଏହି ହାତୀପଲ ପୂର୍ବରୁ ବ୍ୟାପକ କ୍ଷୟକ୍ଷତି କରିଥିବା ବେଳେ ଏପର୍ୟ୍ୟନ୍ତ କ୍ଷତିଗ୍ରସ୍ତଙ୍କୁ ବନବିଭାଗ ପକ୍ଷରୁ କ୍ଷତିପୂରଣ ଯୋଗାଇ ଦିଆଯାଇ ନଥିବା ବେଳେ ପୁଣି ହାତୀ ଉପସ୍ଥିତିରେ ସ୍ଥାନୀୟ ଲୋକମାନଙ୍କୁ ଛାନିଆ କରି ପକାଉଛି। କେତେକାଂଶରେ ଧାନବିଲରେ ପଶି ଧାନ ଖାଇବା ସହିତ ମାଡି ଦୋଳି ଏକର ଏକର ଚାଷଜମି ନଷ୍ଟ କରିଦେଇଛନ୍ତି । ତେବେ ତୁରନ୍ତ କ୍ଷତିପୂରଣ ଅର୍ଥ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି ।