ହାତୀ ପଲ ତିନିକୋଶିଆ ଅଞ୍ଚଳରେ ଉତ୍ପାତ ମଚାଇଛନ୍ତି

0

(ରିପୋର୍ଟସ ଟୁଡ଼େ) ବାଲେଶ୍ୱର ଜିଲ୍ଲା ନୀଳଗିରି ବନଖଣ୍ଡରେ ଝାଡ଼ଖଣ୍ଡୀ ହାତୀଙ୍କ ଉପଦ୍ରବ ବଢିବାରେ ଲାଗିଛି । ଝାଡ଼ଖଣ୍ଡର ଦଲମା ଜଙ୍ଗଲରୁ ଆସିଥିବା ୫୮ଟି ହାତୀ କ୍ଷେତରେ ପଶି ଧାନ ଖାଇବା ସହ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି ।
୫ଦିନ ହେଲା ଏହି ହାତୀ ପଲ ତିନିକୋଶିଆ ଅଞ୍ଚଳରେ ଉତ୍ପାତ ମଚାଇଛନ୍ତି । ହାତୀ ପଲ ଭୟରେ ଲୋକେ କେଉଁଠି ନିଆଁ ଜାଳି ରାତି କଟାଉଛନ୍ତି । ଏପରିକି ଘରେ ମଧ୍ୟ ନିଜକୁ ସୁରକ୍ଷିତ ମଣିନାହାନ୍ତି ।
ବନ ବିଭାଗ ଗ୍ରାମବାସୀଙ୍କ ସହ ମିଶି ଲାଇଟ ଓ ବାଣ ସାହାଯ୍ୟରେ ହାତୀ ଘଉଡ଼ାଇବାକୁ ଚେଷ୍ଟା ଚଳାଇଛନ୍ତି ।