ଦେବଗଡରେ ହାତୀ ଆକ୍ରମଣ ଆତଙ୍କ

0

ଦେବଗଡ: ବିଲରେ କାମ କରିବା ସମୟରେ ଜଣେ ଚାଷୀଙ୍କ ଉପରକୁ ହାତୀ କରିଛି ଆକ୍ରମଣ । ଦନ୍ତାର ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି ଏକ ଘଟା ଘଟିଛି ଦେବଗଡ ରେଞ୍ଜ ସୁଗୁଡା ବିଟ ଅନ୍ତର୍ଗତ ବୁଢୀବିଲ ଗ୍ରାମରେ ।
ଗ୍ରାମର ଚେମରୁ ନାଏକଙ୍କ ୨୮ ବର୍ଷୀୟ ପୁଅ ଲମ୍ବୋଦର ନାଏକ ହୋଇଛନ୍ତି ଦନ୍ତାର ଶିକାର । ଜମିରେ ଧାନ କାଟୁଥିବା ସମୟରେ ହଠାତ ଏକ ହାତୀ ଆସି ପଛପଟୁ ତାଙ୍କୁ କଚାଡିବା ସହ ପାଦରେ ଦଳି ଦେଇଥିଲା । ଗୁରୁତର ଅବସ୍ଥାରେ ଲମ୍ବୋଦରଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ଦେବଗଡ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦେବଗଡ ରେଞ୍ଜର ଦେବଦତ୍ତ ନନ୍ଦ ମଧ୍ୟ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରିଛନ୍ତି । ଗତ ପାଞ୍ଚ ଦିନ ମଧ୍ୟରେ ଦେବଗଡ ଜିଲ୍ଲାରେ ହାତୀ ଆକ୍ରମଣରେ ଏହା ଦ୍ବିତୀୟ ମୃତ୍ୟୁ ଘଟଣା। ଏହା ପୂର୍ବରୁ ଗତ ୨୪ତାରିଖ ଦିନ ବାରକୋଟ ବ୍ଲକ ଅନ୍ତର୍ଗତ କାଲକାଠ ଗ୍ରାମରେ ଦନ୍ତା ହାତୀ ଆକ୍ରମଣରେ ଜଣେ ଷାଠିଏ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ।