ହାତୀ ଆକ୍ରମଣରେ ୧ ମୃତ୍ୟୁ

0

(ଖୋର୍ଦ୍ଧା ) : ହାତୀ ଆକ୍ରମଣରେ ଜଣେ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ବନଖଣ୍ଡ ଅଧୀନ ଧଉଳି ମୁଁହ ପଞ୍ଚାୟତର ଦୁର୍ଗା ପ୍ରସାଦ ଗ୍ରାମରେ । ହାତୀରେ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରମାନଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକ ମହିଳା ଜଣକ ହେଲେ ଦୁର୍ଗା ପ୍ରସାଦ ଗ୍ରାମର ମଞ୍ଜୁଲତା ବେହେରା (ବୟସ ୫୦) । ଏନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ଦେଖିବାକୁ ମିଳିଛି ।
ସୂଚାନୁଯାୟୀ , ଆଜି ସକାଳୁ ଉଠି ବାରିପଟରେ ଘର ନିତ୍ୟକର୍ମ କରୁଥିବା ବେଳେ ଏହି ସମସ୍ତଙ୍କୁ ହାତୀ ଆକ୍ରମଣ କରିଥିବା ସୂଚନା ମିଳିଛି । ମମତା ଭାରିମଲ୍ଲ ଓ ସସ୍ମିତା ଭାରିମଲ୍ଲ ଅଧିକ ଗୁରୁତର ହେବାରୁ ତାଙ୍କୁ ଭୂବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।