(ଦେବଗଡ଼) : ଦିନକୁ ଦିନ ବୃଦ୍ଧି ପାଉଛି ହାତୀ ଆକ୍ରମଣ । କେତେବେ ଫସଲ ତ କେତେବେଳେ ଘର ନଷ୍ଟ କରୁଛନ୍ତି । ଏହାର ବିତରେ ସାମ୍ନାକୁ ଆସିଛି ଆଉ ଏକ ଖବର ହାତୀ ଆକ୍ରମଣରେ ନାବାଳକ ଆହତ। ଘଟଣା ପରେ ଏବେ ସ୍ଥାନୀୟ ଲୋକେ ଆହୁରି ଆତଙ୍କିତ ହୋଇପଡ଼ିଛନ୍ତି।
ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଜରିଚାକୁଣ୍ଡାପାଳ ଗ୍ରାମରେ ଏଭଳି ଘଟଣା ଘଟିଛି। ନାବାଳକ ଜଣଙ୍କ ମେଳା ଦେଖି ଘରକୁ ଫେରୁଥିବା ସମୟରେ ତାଙ୍କ ଉପରକୁ ଏକ ଦନ୍ତା ହାତୀ ଆକ୍ରମଣ କରିଥିଲା।
ଆହତ ଜଣଙ୍କ ହେଉଛନ୍ତି ଯୁଗଳ ନାୟକଙ୍କ ପୁଅ ଆଲୋକ ନାୟକ। ତାଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତ କିଛି ଦିନ ହେବ ଏଠାରେ ହାତୀପଲଙ୍କ ଉପଦ୍ରବ ବୃଦ୍ଧି ପାଇଛି। ଏହି ଘଟଣା ପରେ ଏବେ ସ୍ଥାନୀୟ ଲୋକେ ଆହୁରି ଆତଙ୍କିତ ହୋଇପଡ଼ିଛନ୍ତି।