ଚିକିତ୍ସାଧୀନ ଅବସ୍ଥାରେ ଚନ୍ଦନର ମୃତ୍ୟୁ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଦୁଇ ଦିନର ଜୀବନ ସଂଗ୍ରାମ ପରେ ହାରିଗଲା ନନ୍ଦନକାନର ଏକମାତ୍ର ଅଣ୍ଡିରା ହାତୀ ଚନ୍ଦନ । ଗତକାଲି ବିଳମ୍ବିତ ରାତିରେ ଚନ୍ଦନର  ମୃତ୍ୟୁ ହୋଇଛି । ପେଟ ରୋଗରେ ହାତୀଟି ଦୁଇଦିନ ଧରି ଚିକିତ୍ସିତ ଥିଲା । ମାତ୍ର ୨୮ଦିନର ହୋଇ ଥିବାବେଳେ ଏକ ହାତୀ ପଲରୁ ଅଲଗା ହୋଇ ଚନ୍ଦକାର ଡମ୍ପଡାରେ ଚନ୍ଦନ ବୁଲୁଥିବା  ବେଳେ ୨୦୧୦ ଅଗଷ୍ଟମାସରେ ବନବିଭାଗ ତାକୁ ଉଦ୍ଧାର କରି ନନ୍ଦନକାନନରେ ଛାଡି ଥିଲା । ଚନ୍ଦନର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ହାତୀଙ୍କ ସଂଖ୍ୟା ୬ରେ ପହଁଚିଛି ।