ପାଟଣା ରେଞ୍ଜ ସାହାରପଡା ସେକ୍ସନରେ ହାତୀ ଉପଦ୍ରବ
କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ଅଞ୍ଚଳରେ ହାତୀ ଉପଦ୍ରବ। ବିଳମ୍ବିତ ରାତିରେ ଧାନ ଫସଲ ନଷ୍ଟ କରିଛନ୍ତି ୨୬ ଟିକିଆ ହାତୀପଲ।
(କେଉଁଝର) : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ଅଞ୍ଚଳରେ ହାତୀ ଉପଦ୍ରବ। ବିଳମ୍ବିତ ରାତିରେ ଧାନ ଫସଲ ନଷ୍ଟ କରିଛନ୍ତି ୨୬ ଟିକିଆ ହାତୀପଲ। କରଞ୍ଜିଆ ରେଞ୍ଜ ବଡ଼ଦେଉଳି ଜଙ୍ଗଲରୁ ଆସି ଦେଓ ନଦୀ ପାର ହୋଇ ବାଇକଳା ଓ ବାଲିତୁଟା ଗ୍ରାମରେ ପଶି ଧାନ ଫସଲ ନଷ୍ଟ କରିଛନ୍ତି ହାତୀପଲ।
ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବାଇକଳା ଓ ବାଲିତୁଟା ଗ୍ରାମରେ ପଶି ଧାନ ଖାଇବା ସହ ବ୍ୟାପକ ଧାନ ଫସଲ ଦଳିଚକଟି ନଷ୍ଟ କରିଛନ୍ତି ୨୬ ଟିକିଆ ହାତୀପଲ । ତେବେ ଏହି ହାତୀପଲ ଦିନ ବେଳା କରଞ୍ଜିଆ ରେଞ୍ଜରେ ରହୁଥିବା ବେଳେ ରାତି ହେଲେ ନଦୀ ପାର ହୋଇ ପାଟଣା ରେଞ୍ଜକୁ ପ୍ରବେଶ କରୁଛନ୍ତି। ବାଇକଳା ଓ ବାଲିତୁଟା ଗ୍ରାମରେ ପଶି ଧାନ ଓ ମକା ଫସଲ ନଷ୍ଟ କରୁଛନ୍ତି। ଫଳରେ ଗ୍ରାମବାସୀମାନେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଖୁବଶୀଘ୍ର ଏହି ଅଞ୍ଚଳରୁ ହାତୀପଲଙ୍କୁ ଘଉଡାଉବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।