ପୁଣି ହାତୀପଲଙ୍କ ଉପଦ୍ରଵ,ଭାଙ୍ଗିଲେ ଘର ,ଫସଲ

ରାଜ୍ୟରେ ଦିନକୁ ଦିନ ହାତୀ ଉପଦ୍ରଵ ବୃଦ୍ଧି ପାଇବାରେ ଲାଗିଛି ।

0

(କେଉଁଝର) : ରାଜ୍ୟରେ ଦିନକୁ ଦିନ ହାତୀ ଉପଦ୍ରଵ ବୃଦ୍ଧି ପାଇବାରେ ଲାଗିଛି । କେନ୍ଦୁଝର ଜିଲ୍ଲା ସାହାରାପଡା ସେକ୍ସନ ଅଞ୍ଚଳରେ କିଛି ମାସ ବ୍ୟବଧାନରେ ପୁଣି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ୭ଟିକିଆ ହାତୀ ପଲ ବିଳମ୍ବିତ ରାତିରେ ହାତୀପଲ ଠାକୁରମୁଣ୍ଡା ରେଞ୍ଜରୁ ଆସି ସାହାରପଡା ସେକ୍ସନର ହିଞ୍ଜିଲିଗଡ଼ିଆ, କଣ୍ଟିଡ଼ିହି, ଚୁଆ ପାଣି ଗ୍ରାମରେ ବ୍ୟାପକ ପନିପରିବା ଚାଷ ନଷ୍ଟ କରିବା ଜଣଙ୍କ ଘର ଭାଙ୍ଗି ଦେଇଛନ୍ତି।

ସୂଚନାନୁଯାୟୀ , ତେବେ ହାତୀପଲ ଏବେ ଟିକାସିଲ ଜଙ୍ଗଲରେ ଥିବା ବନବିଭାଗ ସୂଚନା ଦେଇଛି। ହାତୀପଲ ଗାଁ ନିକଟ ଜଙ୍ଗଲରେ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ହାତୀ ଘଉଡାଇବାକୁ ବନ ବିଭାଗ ଉଦ୍ୟମ ଜାରି ରଖିଥିବା ବେଳେ ଖୁବ୍ ଶୀଘ୍ର ହାତୀପଲଙ୍କୁ ସୁରକ୍ଷିତ ସ୍ଥାନକୁ ଘଉଡାଇବା ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ।