ଉଦଳା: ଗ୍ରାମରେ ଆତଙ୍କ ଖେଳାଉଛି ଦନ୍ତା ହାତୀ | ଉଦଳା ରେଞ୍ଜ କୁଆମରା ବଡ଼ବଦା ଗ୍ରାମରେ ଏକ ଦନ୍ତା ହାତୀ ପଶିଯିବାରୁ ଗ୍ରାମର ଲୋକେ ଏବେ ଆତଙ୍କିତ | ଆଜି ସକାଳୁ ଗ୍ରାମ ରାସ୍ତାରେ ଏକ ଦନ୍ତା ହାତୀକୁ ଦେଖି ଗାଁ ଲୋକେ ଭୟଭୀତ ହୋଇ ଯାଇଥିଲେ | ପରେ ଗାଁର ଲୋକମାନେ ଉଦଳା ବନ ବିଭାଗକୁ ଏନେଇ ଖବର ଦେଇଥିଲେ | ଉଦଳା ବନବିଭାଗ ଉକ୍ତ ଗାଁରେ ପହଞ୍ଚି ହାତୀଟିକୁ ଘୋଉଡାଇବାରେ ସଫଳ ହୋଇଛି | ତେବେ ଜଙ୍ଗଲରେ ଖାଦ୍ୟର ଅଭାବ ଦେଖାଯାଉଥିବାରୁ ଏବେ ଜୀବଜନ୍ତୁ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଥିବାର ପରିଲକ୍ଷିତ ହେଉଛି |