କରଞ୍ଜିଆ ରେଞ୍ଜରେ ହାତୀ ଉପଦ୍ରବ

0

(ମମତା ସାମଲ)ରିପୋର୍ଟସଟୁଡେ: ମୟୂରଭଞ୍ଜ କରଞ୍ଜିଆ ରେଞ୍ଜରେ ଥମୁନି ହାତୀ ଉପଦ୍ରବ । ୨୨ ଟିକିଆ ହାତୀପଲ ଗାଁରେ ପଶି ଘର ଭାଙ୍ଗିବା ପରେ ଧର୍ମାବେଡା ଜଙ୍ଗଲରେ ଡେରା ପକାଇଛନ୍ତି । ଆଜି ପୁଣି ଶୁଗୁଳି ବ୍ଲକ ପଣସି ଗାଁରେ ୨୨ଟିକିଆ ହାତୀପଲ ପଶି ଆସି ୨ଟି ଘର ଭାଙ୍ଗିଥିବା ଅଭିଯୋଗ ହୋଇଛି । ଗାଁରେ ୨ଟି ଘର ଭାଙ୍ଗିବା ପରେ ଧର୍ମାବେଡ଼ା ଜଙ୍ଗଲରେ ହାତୀପଲ ଡେରା ପକାଇଛନ୍ତି । ଫଳରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ଗତକାଲି ଏହି ହାତୀପଲ ବେଗୁନାବନ୍ଧା, ରାଉତାଳିଆପାଟରେ ଘର ସହ ସ୍କୁଲ ପାଚେରୀ ଭାଙ୍ଗିଥିଲେ । ତେଣୁ ଗ୍ରାମବାସୀଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ହାତୀପଲଙ୍କୁ ଘୋଉଡ଼ାଇବାକୁ ବନବିଭାଗ ନିକଟରେ ବାରମ୍ବାର ଅଭିଯୋଗ କରୁଛନ୍ତି ଗ୍ରାମବାସୀ ।