ଅନୁଗୁଳୁ: ଜେରେଙ୍ଗ ନିକଟରେ ଟ୍ରେନ ଧକ୍ଲାରେ ହାତୀ ମୃତ୍ୟୁ ଘଟଣା । ଏହି ଘଟଣାରେ ହାତୀ ମୃତ୍ୟୁକୁ ନେଇ ରେଳ ବିଭାଗକୁ ଦାୟୀ କଲା ବନ ବିଭାଗ । ତେବେ ଗତକାଲି ସନ୍ଧ୍ୟାରେ ହାତୀପଲ ଜରପଡା ଦେଇଯାଇଥିବା ରେଳ ଧାରଣା ଅତିକ୍ରମ କରିବାର ସମ୍ଭବନା ରହିଥିଲା । ଯାହାକୁ ନଜର ରଖିଥିଲା ବନ ବିଭାଗ । ଖାଲି ସେତିକି ନୁହେଁ ରେଳ ବିଭାଗ ବି ସୂଚନା ଦେଇଥିଲା ବନ ବିଭାଗ । ଏହା ସହିତ ରାସ୍ତା ଅତିକ୍ରମବେଳେ ଟ୍ରେନର ସ୍ପିଡ୍ ଘଣ୍ଟା ପ୍ରତି ୫୦ କିଲୋମିଟରରୁ କମ ରଖିବାକୁ ଚିଠି ଲେଖାଯାଇଥିଲା । ତେବେ ଚିଠି ଲେଖି ରେଳ ବିଭାଗକୁ ସୂଚନା ଦିଆଯିବା ସତ୍ତ୍ୱେ ସମ୍ବଲପୁର-ଶାଲିମାର ଟ୍ରେନ୍ର ସ୍ପିଡ୍ ଅଧିକ ଥିଲା । ସେହି ସମୟରେ ଗୋଠଛଡ଼ା ଦନ୍ତା ହାତୀଟି ରେଳଧାରଣା ପାର ହେଉଥିଲା ଏବଂ ତାକୁ ଟ୍ରେନ ଧକ୍କା ଦେଇଥିଲା । ଅଧିକ ତଦନ୍ତ ଜାରି ରହିଥିବା ଅନୁଗୁଳ ଊୠଙ ବିବେକ କୁମାର ସୂଚନା ଦେଇଛନ୍ତି।